ନୂଆବର୍ଷ ପୂର୍ବରୁ ନିୟମ କଡାକଡି : ରାଜ୍ୟରେ ଡବଲ ହେଲମେଟ ଚେକିଂ ଜୋରଦାର; ଏଣିକି ହେଲମେଟ୍ ନଥିଲେ ଲିଫ୍ଟ ମନା, ରଦ୍ଦ ହୋଇଯିବ ଲାଇସେନ୍ସ 

ଏକ୍ସଷ୍ଟ୍ରା ହେଲମେଟ ନଥିଲେ ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କୁ ଲିଫ୍ଟ ନଦେବାକୁ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୩ ମାସ ଭିତରେ ଓଡିଶା ଆସିବେ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି । ଦୁର୍ଘଟଣା ଘଟୁଥିବା ଅଂଚଳକୁ କରିବେ ପରିଦର୍ଶନ

977

କନକ ବ୍ୟୁରୋ : ଏଣିକି ହେଲମେଟ ନଥିଲେ ମିଳିବନି ଲିଫ୍ଟ । ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲଟେ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ମନା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନହେଲେ ଗାଡି ଚାଳକର ଲାଇସେନ୍ସ ବାତିଲ ହେବ । ଡବଲ ହେଲମେଟ ପାଇଁ ଚେକିଂ ଆରମ୍ଭ ହେଲାଣି । ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ୩ ମାସ ଭିତରେ ଓଡିଆ ଆସିବେ ।

ସେମାନେ ଆସିବା ପୂର୍ବରୁ ଯାହା ସବୁ ସଡ଼କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାକୁ ପୁଲିସ ଓ ପରିବହନ ବିଭାଗ ମିଳିତ ଭାବରେ ଠିକ କରିବାକୁ ପ୍ରସ୍ତୁତି କରୁଛନ୍ତି । ଅଧିକ ଦୁର୍ଘଟଣା ଘଟୁଥିବା ଅଂଚଳକୁ ସୁପ୍ରିମକୋର୍ଟ କମିଟି ନିଜେ ପରିଦର୍ଶନ କରିବେ । ନୂଆ ବ୍ଲାକ ସ୍ପଷ୍ଟ ବି ଚିହ୍ନଟ ହେବ । ଆଇଟି ରୁଲ କରାଯିବ । ଯାହା ସବୁ ନୂଆ ପରିବହନ ଆଇନରେ ଗତ ବର୍ଷ ସେପଟେମ୍ବରରେ କେନ୍ଦ୍ର ସରକାର କରିଥିଲେ, ତାହା ଠିକ ଓ କଡ଼ାକଡ଼ି ଭାବେ ପାଳନ କରିବାକ ସୁପ୍ରିମକୋର୍ଟ ଦୁର୍ଘଟଣାପ୍ରବଣ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।