କନକ ବ୍ୟୁରୋ : ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳାଯିବ ଗୋଟିଏ ମ୍ୟାଚ୍ । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ହେବ ଲଢେଇ । ରାତି ସାଢେ ୭ଟାରେ ଦୁବାଇରେ ଖେଳାଯିବ ମ୍ୟାଚ୍ । ପଏଂଟ ଟେବୁଲରେ ଏବେ ୪ ମ୍ୟାଚରୁ ୩ଟିରେ ବିଜୟ ହାସଲ କରି ପଏଂଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲସ ।

Advertisment

ସେହିପରି ବାଙ୍ଗାଲୋର ମଧ୍ୟ ୪ଟି ମ୍ୟାଚରୁ ୩ଟି ବିଜୟ ସହିତ ପଏଂଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ପଂଚମ ମ୍ୟାଚ୍ । ତେଣୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଶ୍ରେୟସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଆଜି ସଂଧ୍ୟାରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିବ ।