ଏସସିବିରେ ଖସିଲା ଛାତ ସିଲିଂ: ଓପିଡିରେ ଟିକେଟ କଟାଯାଉଥିବା ବେଳେ ଘଟିଲା ଅଘଟଣ

91

କନକ ବ୍ୟୁରୋ: ଏସସିବି ମେଡିକାଲ ସର୍ଜରୀ ଆଉଟଡୋରରେ ଖସିଲା ସିଲିଂ। ଲଗାଣ ବର୍ଷା ଯୋଗୁ ସିଲିଂ ଖସିଥିବାବେଳେ ଏଥିରେ କେହି ବି ଆହତ ହୋଇନଥିବା ସୂଚନା ମିଳିଛି। ସିଲିଂ ଖସି ଆସବାବପତ୍ର ଓ କମ୍ପ୍ୟୁଟର ନଷ୍ଟ ହୋଇଛି। ଗତକାଲି ଠାରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବାବେଳେ ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଏପରିକି ଏସସିବି ମେଡ଼ିକାଲର ପରିସରରେ ମଧ୍ୟ ବର୍ଷା ପାଣି ପସିଛି।

ସୂଚନାନୁଯାୟୀ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସହରବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇଯାଇଛନ୍ତି। ଅନ୍ୟପଟେ ଏସସିବି ମେଡ଼ିକାଲ ସର୍ଜରୀ ଆଉଟଡ଼ୋରରେ ଖସିଛି ସିଲିଂ। କୈଣସି ବ୍ୟକ୍ତି ଏଥିରେ ଆହତ ହୋଇନଥିବାବେଳେ ସିଲିଂ ଖସିବା ଯୋଗୁଁ ଆସବାବପତ୍ର ଓ କମ୍ପ୍ୟୁଟର ନଷ୍ଟ ହୋଇଥିବା ସୂଚନା ମିଳିଛି।