ରିଲିଜ୍ ହେଲା ବଲିଉଡ୍ ଫିଲ୍ମ ‘ହମ ଦୋ ହମାରେ ଦୋ’ର ରୋମାଂଟିକ୍ ଗୀତ କମଲି: ମନଜିଣିଲା ଜୁବିନ ନୌତିଆଲଙ୍କ ସ୍ୱର

106

କନକ ବ୍ୟୁରୋ: ରିଲିଜ୍ ହେଲା ଆଗାମୀ ରୋମାଂଟିକ୍ କମେଡି ଫିଲ୍ମ ହମ୍ ଦୋ ହମାରେ ଦୋର ରୋମାଂଟିକ୍ ଗୀତ କମଲି । ଗୀତରେ ଫିଲ୍ମର ଲିଡ୍ ଷ୍ଟାର ରାଜକୁମାର ରାଓ ଓ କ୍ରିତି ସାନୋନଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ଦ୍ୱିତୀୟ ଥର ପାଇଁ ପରଦାରେ ରୋମାନ୍ସ କରିବାରେ ନଜର ଆସୁଛନ୍ତି କ୍ରିତି ଓ ରାଜକୁମାର ।

ତେବେ ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ଜୁବିନ ନୌତିଆଲ ଓ ଦିବ୍ୟା କୁମାରଙ୍କ ସୁମଧୁର ଗାୟିକି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସଚିନ-ଜିଗର ।  ଅଭିଷେକ ଜୈନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାଟି ଡିଜନି ହଟଷ୍ଟାରରେ ମୁକ୍ତିଲାଭ କରିବ ।