କନକ ବ୍ୟୁରୋ : ସୁନ୍ଦରଗଡ଼ କୋଲ୍ ୱାସେରୀ ଗ୍ୟାଙ୍ଗୱାର ଘଟଣାରେ ସନ୍ଦେହରେ ପୁଲିସର ଭୂମିକା । ଗିରଫ ହୋଇଥିବା ୧୭ଜଣ ଅଭିଯୁକ୍ତ କୋର୍ଟ ଚାଲାଣ ହେବା ପରେ ତୁରନ୍ତ ଜାମିନ୍ ମିଳିବା ଘଟଣାକୁ ନେଇ ପୁଲିସର ଭୂମିକା ସନ୍ଦେହ ଘେରକୁ ଆସିଛି। ପ୍ରଥମେ ସୁନ୍ଦରଗଡ଼ ପୋଲିସ ଆର୍ମସ ଆକ୍ଟ ନିୟମ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ଗୁରତର ଦଫା ଲଗାଇଥିଲା। ତେବେ କୋର୍ଟ ଫରୱାର୍ଡିଂ ଲେଟରରେ ଏହି ଦଫା ଗୁଡ଼ିକୁ ଉଠାଇ ଦିଆଯାଇଥିବା ବେଳେ ସମସ୍ତ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଛି ।
ସେହିପରି ଏହି ମାମଲାରେ ଜଣେ ମୃତ ବ୍ୟକ୍ତିଙ୍କ ନାଁ ସହିତ ଘଟଣା ଦିନ ରାଜ୍ୟରେ ନଥିବା ଜଣେ ବ୍ୟବସାୟୀଙ୍କ ନାଁକୁ ମଧ୍ୟ ଯୋଡାଯାଇଛି। ପୁଲିସ୍ କାହା ସ୍ବାର୍ଥରେ ଘଟଣାକୁ ବୁଲାଇବାକୁ ଚାହୁଁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜୁଲାଇ ୫ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ ଖଣି ଅଂଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ୧୦୦ଟି ବୋମା ମାଡ କରିବା ସହ ୨ଶହ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହି ଘଟଣାରେ ୬ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତମାନେ ପୋଲିସ କର୍ମଚାରୀଙ୍କ ଉପରକୁ ମଧ୍ୟ ଗୁଳିମାଡ଼ କରିଥିଲେ। ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/7-5.jpg)