ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ପଡିଲା ରକେଟ୍ : ଚାନ୍ଦିପୁରରୁ ରକେଟ୍ ପରୀକ୍ଷଣ ସମୟରେ ସମୁଦ୍ରରେ ଅଂଶବିଶେଷ ପଡିଥିବା ଆଶଙ୍କା; ଧୀବରଙ୍କ ମଧ୍ୟରେ ଭୟ

238

କନକ ବ୍ୟୁରୋ : ସମୁଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ଜାଲରେ ପଡିଲା ରକେଟ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ପଂଚାୟତର ପଂଚୁବସା ନଦୀପଥ ଦେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ଜାଲରେ ଲାଗିଛି ରକେଟ । ଜାଲରେ ରକେଟ ପଡିବା ପରେ ମତ୍ସ୍ୟଜୀବୀମାନେ ପ୍ରଥମେ ଆତଙ୍କିତ ହୋଇପଡିଥିଲେ ।

ପରେ ଉଦ୍ଧାର କରି ବୋଟ ସହାୟତାରେ ସମୁଦ୍ରକୂଳକୁ ଆଣିଥିଲେ । କିଛିଦିନ ତଳେ ଚାନ୍ଦିପୁର ଘାଟିରୁ ରକେଟ ଲଂଚର ପିନାକାର ସଫଳ ପରୀକ୍ଷା କରାଯାଇଥିଲା । ଏକାଧିକ କ୍ରମେ ରକେଟ ଲଂଚରୁ ୪୮ ସେକେଣ୍ଡରେ ୬ଟି ରକେଟ ନିକ୍ଷେପ କରାଯାଇଥିଲା । ମିଳିଥିବା ରକେଟ ଏହାର ଅଂଶବିଶେଷ ବୋଲି ଅନୁମାନ କରାଯାଉଛି ।