କନକ ବ୍ୟୁରୋ: କେହି କିଛି ବୁଝିବା ପୂର୍ବରୁ ବ୍ୟାଙ୍କ ଭିତରକୁ ପଶି ଆସିଥିଲେ ୮ ଜଣ ଦୁର୍ବୃତ । ହାତରେ ଥିଲା ବନ୍ଧୁକ, ଆଉ ଭୁଜାଲି । କିଛି ଗ୍ରାହକଙ୍କ ଭଳି ଦେଖା ଯାଉଥିଲେ, କିଛି ମୁଖା ପିନ୍ଧିଥିଲେ । ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଗ୍ରାହକଙ୍କୁ ଭୁଜାଲି ଦେଖାଇ ଭୟଭୀତ କରି ଦେଇଥିଲେ । ଚାହୁଁ ଚାହୁଁ ବ୍ୟାଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଥିଲା । ଏହାରି ଭିତରେ ସିସିଟିଭି କନେକ୍ସନ୍ କାଟି ଲୁଟପାଟ ଆରମ୍ଭ କରିଥିଲେ ଡକାୟତ । କିଛି ମିନିଟ୍ ଭିତରେ ୮ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟି ନେଇଥିଲେ ।
ଗ୍ରାହକଙ୍କୁ ବି ଛାଡ଼ିନଥିଲେ ଡକାୟତ । ଦୁଇ ଜଣ ଗ୍ରାହକଙ୍କ ଠାରୁ ପ୍ରାୟ ଲକ୍ଷେ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଲୁଟ କରିବା ପରେ ବ୍ୟାଙ୍କ ସଟର ପକାଇ ବାଇକରେ ଫେରାର ହୋଇଯାଇଥିଲେ । ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ଭିତରେ ଥିଲେ, ବାହାର ପଟୁ ପଡ଼ିଥିଲା ତାଲା । ପୋଲିସ ଖବର ପାଇବା ପରେ ତାଲା କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲା । ସାଇଂଟିଫିକ୍ ଟିମ୍ ବ୍ୟାଙ୍କରେ ପହଁଚି ଆରମ୍ଭ କରିଛନ୍ତି ତଦନ୍ତ । ଡକାୟତଙ୍କୁ ଧରିବା ପାଇଁ ସଂଧାନୀ କୁକୁର ଜରିଆରେ ଉଦ୍ୟମ କରାଯାଉଛି । ବାଲେଶ୍ୱର ଏସପି ଘଟଣା ସ୍ଥଳରେ ପହଁଚି ତଦନ୍ତ କାର୍ଯ୍ୟର ତଦାରଖ କରିଛନ୍ତି ।
ଡକାୟତମାନେ ବଙ୍ଗଳା ଭାଷାରେ କଥା ହେଉଥିବାରୁ ଅନ୍ତଃରାଜ୍ୟ ଡକାୟତ ହୋଇଥାଇପାରନ୍ତି ବୋଲି ସଂଦେହ କରାଯାଉଛି । ଦିନ ଦ୍ୱିପହରରେ ଫିଲ୍ମ ଷ୍ଟାଇଲରେ ଏହି ବ୍ୟାଙ୍କ ଲୁଟକୁ ବିଶ୍ୱାସ କରିପାରୁନାହାନ୍ତି ସ୍ଥାନୀୟ ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/Collage-Maker-22-Jul-2022-08.59-PM.jpg)