ଆଉ ଖସି ପାରିବେନି ଲୁଟେରା । ଧରାପକେଇବ ଫିଙ୍ଗରପ୍ରିଂଟ ସ୍କାନର

315

କନକ ବ୍ୟୁରୋ : ରାଜଧାନୀରେ ଅପରାଧୀଙ୍କୁ ଧରିବା ଲାଗି ଇଏ ହେଉଛି ପୁଲିସର ପ୍ରସ୍ତୁତି । ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଅପରାଧୀଙ୍କୁ କାବୁ କରିବ ରାଜଧାନୀ ପୋଲିସ । ଏଥିପାଇଁ ବ୍ୟବହାର ହେବ ବାୟୋମେଟ୍ରିକ ।

ଫିଙ୍ଗର ପ୍ରିଂଟ ସ୍କାନର । ରାଜଧାନୀରେ ବିଭିନ୍ନ ସମୟରେ ହତ୍ୟା,ଲୁଟ,ଛିନତାଇ,ଅପହରଣ,ଦୁଷ୍କର୍ମ ଭଳି ଅପରାଧ ଘଟୁଥିବା ବେଳେ କ୍ରାଇମ ଡିଟେକ୍ସନ ଓ କ୍ରିମିନାଲ ମାନଙ୍କୁ କାବୁ କରିବାରେ ସହାୟକ ହେବ ଏହି ଅତ୍ୟାଧୁନିକ ସ୍କାନର । ଭୁବନେଶ୍ୱରରେ ଆୟୋଜିତ କ୍ରାଇମ ମିଟିଂରେ ଏହି ଫିଂଙ୍ଗର ପ୍ରିଂଟ ସ୍କାନରର ବ୍ୟବହାର ସମ୍ପର୍କରେ ସମସ୍ତ ଥାନା ଅଧିକାରୀ ମାନଙ୍କୁ ତାଲିମ ଦେଇଛନ୍ତି ଫରେନସିକ ଟିମ ।

ପ୍୍ରଥମଥର ପାଇଁ ରାଜଧାନୀ ପୋଲିସ ଏହଭଳିି ବାୟୋମେଟ୍ରିକ ଫିଙ୍ଗରପ୍ରିଂଟ ସ୍କାନର ବ୍ୟବହାର କରିବାକୁ ଯାଉଛି । ଟାବଲେଟ ଭଳି ଦେଖାଯାଉଥିବା ଏହି ଛୋଟିଆ ମେସିନରେ ରହିବ ସମସ୍ତ ଅପରାଧିଙ୍କ ସମସ୍ତ ତଥ୍ୟ ।
-ଅପରାଧୀ ନାରେ ଥିବା ମାମଲା ରହିବ ।

– ଅପରାଧୀର ସମ୍ପୁଣ ର୍ ବାୟୋଡାଟା ମେସିନରେ ରହିବ
– ଅପରାଧୀର ଫିଙ୍ଗରପ୍ରିଂଟ ଦେବା ମାତ୍ରେ ସ୍କ୍ରିନରେ ବାହାରି ପଡିବ ସମସ୍ତ ତଥ୍ୟ

ଏପରିକି କୌଣସି ଲୋକ ଉପରେ ସନ୍ଦେହ ହେଲେ ତାର ଫିଙ୍ଗରପ୍ରିଂଟ ନେଇ ତୁରନ୍ତ ତା ବିଷୟରେ ତଥ୍ୟ ବାହାର କରାଯାଇ ପାରିବ । ଖାଲି ଫିଙ୍ଗରପ୍ରିଂଟ ସ୍କାନର ନୁହେ,ରାଜଧାନୀରେ ବଢୁଥିବା ଚୋରିକୁ ଆଖି ଆଗରେ ରଖି କେଉଁଭଳି ଚୋରି ରୋକାଯାଇପାରିବ ସେନେଇ ମଧ୍ୟ ଲୋକଙ୍କୁ ସଚେତନ କର୍ିବ ପୋଲିସ । ଚୋର କେଉଁଭଳି ଚୋରି କରନ୍ତି ଓ କଣ କଲେ ଚୋରିରୁ ବଂଚିହେବ ସେନେଇ ଲୋକଙ୍କୁ ଡେମୋ ଦେଖାଇବ ପୋଲିସ ।

ଗୋଟିଏପଟେ ଅପରାଧୀଙ୍କୁ ମାତ ଦେବା ପାଇଁ କମିଶନରେଟ ପୋଲିସ ମାଳମାଳ ଯୋଜନା କରୁଥିବା ବେଳେ ଅନ୍ୟପଟେ ଅପରାଧୀ ମାନେ ମଧ୍ୟ ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି । ତେଣୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ କେଉଁଭଳି କ୍ରାଇମ ଡିଟେକ୍ସନ,କ୍ରାଇମ ପ୍ରିଭେନସନ ଓ କନଭିକ୍ସନ କରାଯାଇପାରିବ ସେନେଇ ନୁଆ ରଣନୀତି ଆପଣଉଛି କମିଶନରେଟ ପୋଲିସ ।