ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା : ସୋମବାର ବିଳମ୍ବିତ ରାତିରେ ପରିବା ବ୍ୟବସାୟୀଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନାଚେନ ଲୁଟ୍; ପିପିଲି ପୁଲିସର ଛାନଭିନ

144

କନକ ବ୍ୟୁରୋ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା । ଜଣେ ପରିବା ବ୍ୟବସାୟୀଙ୍କୁ ସୋମବାର ରାତିରେ ମରଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଓ ସୁନାଚେନ ଲୁଟ୍ କରିଛନ୍ତି ଦୁର୍ବୃତ । ତେଇସିପୁର ବଜାର ନିକଟରେ ଏହି ଲୁଟ୍ ହୋଇଛି । ପୋଡଙ୍ଗ ଗାଁର ନିରଞ୍ଜନ ନାୟକ ଓରଫ ବୁଲାଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି ଲୁଟେରା । ସଂପୃକ୍ତ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ପିପିଲ ପୁଲିସ ଘଟଣାର ଛାନଭିନ ଜାରି ରଖିଛି ।