ରାସ୍ତା କହୁଛି ବିକାଶର କଥା: ସ୍ୱାଧିନତାର ପରେ ବି ଗାଁକୁ ନାହିଁ ପକ୍କା ରାସ୍ତା 

102

କନକ ବ୍ୟୁରୋ: ସ୍ୱାଧିନତାର ଆଉ କେତେ ବର୍ଷ ପରେ ବିକଶିତ ହେବ ଗ୍ରାମାଂଚଳ । କେବେ ଗାଁ ଗାଁକୁ ସଂଯୋଗ ହେବ ପକା ରାସ୍ତା ।? କେବେ ସବୁ ଗାଁରେ ପହଂଚିପାରିବ ଆମ୍ବୁଲାନ୍ସ? ଆଉ କେତେ ବର୍ଷ ଯାଏଁ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସକୁ ଯିବେ ରୋଗୀ? ଏମିତି ଅନେକ ପ୍ରଶ୍ନ କରୁଛନ୍ତି ଗଜପତି ଜ୍ଲିଲା ମୋହନ ବ୍ଲକ କଳାମେରୀ ଗାଁର ଲୋକେ ।

ଗଜପତି ଜ୍ଲିଲା ମୋହନ ବ୍ଲକ କଳାମେରୀ ଗାଁର ଏହି ରାସ୍ତା, ସରକାରଙ୍କ ତମାମ୍ ଯୋଜନା ଉପରେ ଅନକେ ପ୍ରଶ୍ନ ଚିହ୍ନ ଲଗାଇଛି । ସରକାରୀ ଯୋଜନାରେ ଗାଁ ଗାଁକୁ ଲମ୍ବୁଛି ପକା ରାସ୍ତା, ହେଲେ ଏଠି ପକା ରାସ୍ତାଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ନାଳପାଣିରେ ପଶି ଯା’ଆସ କରିବାକୁ ପଡୁଛି । ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ଯାଏଁ ନେବାକୁ ପଡୁଛି ।

୫୦ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଥିବା ଏହି କଳାମେରୀ ଗାଁର ଲୋକ ସଂଖ୍ୟା ୩ଶହରୁ ଅଧିକ ହେବ । କଳାମେରୀ ଗାଁ ସମେତ କେଶରା ଓ ପଦ୍ମପୁର ଭଳି ଗାଁର ଶହଶହ ଲୋକ ଏହି ରାସ୍ତା ଦେଇ ଯାତାୟାତ କରନ୍ତି । ବର୍ଷକ ଯାକ ଯାହା ଯେମିତି କଟି ଯାଏ, ବର୍ଷା ଦିନେ ସ୍ଥିତି ଅବସ୍ଥା ପୁରା ସଂଗୀନ ହୋଇଯାଏ । ଗାଁ ପାଖରେ ଥିବା ମଶାଣିନାଳରେ ପାଣି ପ୍ରବାହିତ ହେବାରୁ ଗମନାଗମନ ପୁରା ଠପ୍ ହୋଇଯାଏ । ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରୁହନ୍ତି ।

ଗାଁକୁ ରାସ୍ତା ଓ ମଶାଣିନାଳ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ପାଖରେ ଦାବି କରିଛନ୍ତି ।