କନକ ବ୍ୟୁରୋ: ରାସ୍ତାରେ ଧାନ ରୋଇଲେ ଲୋକେ। ଗାଁ ରାସ୍ତାରେ ବାଲିଗାଡ଼ି ଚଳାଚଳ ବନ୍ଦ ଦାବିରେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ମାଥିଲିରୁ ଆସିଛି ଏପରି ପ୍ରତିବାଦର ଚିତ୍ର। ବ୍ଲକର ଚାଉଳମେନ୍ଦି ନଦୀ ବାଲିଘାଟରୁ ଶହଶହ ଭାରି ଯାନ ମାଡକାମୀଗୁଡା, ମୁଣ୍ଡାଗଡା ଦେଇ ଯାତାୟତ କରୁଛି। ଫଳରେ ଗାଁକୁ ସଂଯୋଗ କରୁଥିବା ରାସ୍ତା ଖରାପ ହୋଇଯାଉଛି । ବର୍ଷା ଦିନେ କାଦୁଅ ପଚ୍ ପଚ୍ ରାସ୍ତାରେ ଆମ୍ବୁଲାନ୍ସ ଟିଏ ଆସିବା ବି କଷ୍ଟକର ହୋଇପଡୁଛି। ବିଭିନ୍ନ କ୍ଷେତ୍ରରେ ଲୋକେ ନିତିଦିନିଆ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି କିନ୍ତୁ ମରଣ ମୁହଁକୁ ଟାଣି ହେବା ଭଳି ପରିସ୍ଥିତି ଉପଜିଛି। ରାସ୍ତାରେ ଭାରି ଯାନ ଓ ବାଲି ଘାଟ ବନ୍ଦ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଗାଁ ଲୋକେ ଏକାଠି ହୋଇ କାଦୁଅ ରାସ୍ତାରେ ଧାନ ରୋଇଛନ୍ତି। ଦୂରାବସ୍ଥାକୁ ଗୁରୁତର ସହ ନେଇ ଏହାର ସମାଧାନ କରିବାକୁ ଦାବି କରିଛନ୍ତି ।