କନକ ବ୍ୟୁରୋ: କିଛି ମାସ ତଳେ ତିଆରି ହୋଇଥିଲା ଖୋର୍ଦ୍ଧା ବୋଲଗଡ ବ୍ଲକ ଟିକାତାଳଠାରୁ କୋଦବେରଣୀ ରାସ୍ତା । ୧୦ କିଲୋମିଟର ପାଇଁ ଖର୍ଚ୍ଚ ହୋଇଥିଲା ସାଢେ ୪ କୋଟି । କିନ୍ତୁ କିଛି ମାସ ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତା ସାରା ଖାଲ । ଭାରିଜାନ କିମ୍ବା କାର ଯିବା ବି ସମ୍ଭବ ନୁହଁ । ବାଇକ୍ ନେଇ ବି ଯିବାକୁ ଭୟ କରୁଛନ୍ତି ଲୋକେ ।

Advertisment

ନିମ୍ନମାନର କାମ କରି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମିଳିମିଶି ଟଙ୍କା ମାରିନେଇଛନ୍ତି । ରାସ୍ତା ନିର୍ମାଣ ପରେ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛନ୍ତି ଠିକାଦାର । ହେଲେ ସେହି କାମକୁ ମଧ୍ୟ ଠିକ୍ ଭାବେ କରୁନଥିବା ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇିବାରୁ ଉଚ୍ଚସ୍ତରୀୟ ତଦନ୍ତ ସହ ଦୁର୍ନୀତି ଖୋର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।