ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ : ବୈତରଣୀରେ ବଢୁଛି ଜଳସ୍ତର, ସ୍ଥିତି ଅନୁଧ୍ୟାନ ପାଇଁ ଆଖୁଆପଦାକୁ ଗଲେ ଜିଲ୍ଲାପାଳଙ୍କ ସହତି ବୈଷୟିକ ଅଧିକାରୀ, ସେପଟେ ଢେଙ୍କାନାଳ  ବିଭିନ୍ନ ଗାଁରେ ପଶିଲା ନାଳ ଓ କେନାଲ ପାଣି; ରାଜସ୍ୱ ମନ୍ତ୍ରୀ କହିଲେ, ମଗାଯାଇଛି କ୍ଷୟକ୍ଷତିର ରିପୋର୍ଟ

246

କନକ ବ୍ୟୁରୋ : ରାଜ୍ୟରେ ବର୍ଷା ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରତିକ୍ରିୟା ଦେଇଛନ୍ତି  । ୧୦ ଜିଲ୍ଲାକୁ ରେଡ଼ ଜୋନ ଓ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ମାଲକାନଗିରି ଜିଲ୍ଳାରେ ୱାଟର ଲଗିଂ ଏବେ ବି ରହିଛି । ବିଶେଷ କ୍ଷୟକ୍ଷତି ହୋଇନାହିଁ । କ୍ଷୟକ୍ଷତିର ରିପୋର୍ଟ ମଗାଯାଇଛି । ଜିଲ୍ଲାପାଳ ମାନେ ଆଲର୍ଟ ଥିବା ମନ୍ତ୍ରୀ କହିଛନ୍ତି । 

ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁରର ରାଜରାସ୍ତାରେ ଚାଲିଲା  ଦୁଇଫୁଟର ପାଣି ।  ଏକସପ୍ତାହ ଧରି  ବର୍ଷା ଯୋଗୁଁ  ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ରାଜପଥରେ ଦୁଇ ଫୁଟର ପାଣି ଚାଲିବା ଫଳରେ  ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଛି । ସହରରେ ପ୍ରମୁଖ ନାଳଗୁଡିକରେ ବର୍ଷା ଜଳ ଭର୍ତି ହେବା  ପରେ ବିଭିନ୍ନ ସାହିର ଘରଗୁଡିକରେ ପାଣି ପଶିଯାଇଛି ।  ବର୍ଷା ପାଣି ଘର ଭିତରେ ପଶିଯିବାରୁ  ଲୋକେ ରାତିରେ ଶୋଇପାରିନାହାନ୍ତି ।  ଆସବାବପତ୍ରଗୁଡିକୁ କାଢି ସୁରକ୍ଷିତ ସ୍ଥାନରେ ରଖିଛନ୍ତି ।  ଏଭଳି ବର୍ଷା ଲାଗିରହିଲେ  ସହର ନିକଟ ସାନ ଦଇଭଟା ଓ ବଡ ଡାଇଭଟା ଗାଁ ଜଳମଗ୍ନ ହେବା ସମ୍ଭାବନା ରହିଛି । ଇନ୍ଦ୍ରାବତୀ ନଦୀରେ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି ।  ପାପଡାହାଣ୍ଡି ସହରର ବିଭିନ୍ନ ସାହି ଘର ଭିତରେ ପାଣି ପଶିଯାଇଛି ।

ଚଳିତବର୍ଷ ଅନିୟମୀତତା ବର୍ଷା ଯୋଗୁଁ ଚଳିତ ବର୍ଷ ଧାନ ଚାଷ ପ୍ରଭାବିତ ହୋଇପାରେ । ଚାଷ ଆରମ୍ଭରୁ ସ୍ୱଳ୍ପ ବର୍ଷା ଆଉ ଏବେ ଅତ୍ୟଧିକ ବର୍ଷା, ଚାଷକୁ ଧୋଇ ଦେବାର ଆଶଙ୍କ କରିଛନ୍ତି ପୁରୀ ନିମାପଡ଼ା କୃଷି ଜିଲ୍ଳାର ଚାଷୀ । ଜମିରେ ଏବେ ବର୍ଷା ପାଣି ଭର୍ତି ହୋଇ ରହିଛି । ଶ୍ରାବଣରେ ବର୍ଷା ନଥିବା ବେଳେ ଭାଦ୍ରବ ଆରମ୍ଭରୁ ଆବଶ୍ୟକତା ଠାରୁ ଅଧିକ ବର୍ଷା ଯୋଗୁଁ  ଧାନ ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୩ ଦିନ ପରେ ବି ଖାଲୁଆ ଜମିରୁ ପାଣି ନିଷ୍କାସିତ ହୋଇନପାରି ଆଣ୍ଠୁଏ ଉଚ୍ଚରେ ଜମି ରହିଛି । ଧାନ ବିଲରେ ପାଣି ଜମି ରହିଥିବାରୁ ଧାନ ଗଛ ସଢି ଯିବାର ଆଶଙ୍କା ରହିଛି । ତେବେ ବର୍ଷାଜଳ ନିସ୍କାସନ ନହେଲେ ଖରିଫ ଧାନ ଫସଲ ପ୍ରଭାବିତ ହେବ ବୋଲି ଚାଷୀକୂଳ ସନ୍ଦେହ କରୁଛନ୍ତି । ଚଳିତ ବର୍ଷ ନିମାପଡ଼ାରେ ମୋଟ ୧୯ ହଜାର ୫୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ଶ୍ରାବଣରେ ମାସରେ ବର୍ଷା ନହେବାରୁ ବୋରିଂ ସାହାଯ୍ୟରେ ଚାଷ କାର୍ଯ୍ୟ କରିଥିଲେ ଚାଷୀ । ହେଲେ ବର୍ତମାନର  ଲଗାଣ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି ।