କନକ ବ୍ୟୁରୋ : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ଦୁଇଦିନ ଧରି ବସ୍ତା ଅଂଚଳରେ ବର୍ଷା ଲାଗି ରହିବା ସହ ନଦୀର ଉପର ମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି । ମାଥନୀଠାରେ ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବାବେଳେ ଜଳସ୍ତର ରହିଛି ୬ ଦଶମିକ ୬୨ ମିଟର । ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର, ମୋରଡା, ଚିତ୍ରଡା, ସୁଳିଆପଦା ଅଂଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇଛି । /kanak/media/post_attachments/wp-content/uploads/2020/08/13-21-300x169.jpg)
ଦୁଇଦିନ ହେବ ବସ୍ତା ଅଂଚଳରେ ପ୍ରବଳ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରହେ ତାହାହେଲେ ବସ୍ତା ବ୍ଲକର ୨ଟି ପଂଚାୟତ ଓ ସଦର ବ୍ଲକର ୨ଟି ପଂଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/23-14.jpg)