ବିଷ ପାଲଟିଛି ବ୍ରାହ୍ମଣୀର ପାଣି: ସହରର ଆବର୍ଜନା ସାଙ୍ଗକୁ କାରଖାନା ବର୍ଜ୍ୟବସ୍ତୁ ମିଶି ନଦୀ ହେଉଛି ପ୍ରଦୂଷିତ 

48

କନକ ବ୍ୟୁରୋ: ପ୍ରଦୂଷିତ ହେବାରେ ଲାଗିଛି ବାହ୍ମଣୀ ନଦୀ । କଳ କାରଖାନରୁ ନିର୍ଗତ ବର୍ଜ୍ୟବସ୍ତୁ ସିଧା ସଳଖ ମିଶୁଛି ନଦୀରେ । ପ୍ରତିଦିନ କାରଖାନର ବଜ୍ୟବସ୍ତୁ ମିଶି ପାଣି ସମ୍ପୁର୍ଣ୍ଣ ଦୂଷିତ ହୋଇପଡିଛି । ରାଉରକେଲା ଇସ୍ପାତ କାରଖାନା

ପ୍ରଦୂଷିତ ହେଉଛି ବ୍ରାହ୍ମଣୀ ନଦୀ । ବିଷ ପାଲଟିଛି ନଦୀର ଜଳ । ପାଣିରେ ମିଶୁଛି କୁଢ କୁଢ ଆବର୍ଜନା । ମିଶୁଛି କଳ କାରଖାନାର ବର୍ଜ୍ୟବସ୍ତୁ । ପାଣି ପିଇବା ତ ଦୂର କଥା ବ୍ୟବହାର ଉପଯୋଗୀ ବି ନୁହଁ । ଜୀବନଜୀବୀକା  ଯୋଗାଉଥିବା ରାଉରକେଲାର ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେବାରେ ଲାଗିଛି । ନଦୀର ଦୂଷିତ ପାଣିକୁ ବ୍ୟବହାର କରି ବିଭିନ ଚର୍ମ ରୋଗର ଶିକାର ହେଉଛନ୍ତି ଲୋକେ । ବ୍ରାହ୍ମଣୀ ନଦୀକୁ ଇସ୍ପାତ ସହରର ସମସ୍ତ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ଏବେ ମହଙ୍ଗା ପଡିଛି । ପାଣି ଦିନକୁ ଦିନ ବିଷ ପାଲଟିଯାଉଥିବା ବେଳେ ଏନେଇ ସ୍ଥାନୀୟ ଲୋକେ ଅିଭଯୋଗ ଆଣିଛନ୍ତି । ହେଲେ ଜୀବନ ରେଖା ପାଲଟିଥିବା ବ୍ରାହ୍ମଣୀ ପ୍ରତି କାହାର ଗୁରୁତ୍ୱ ନାହିଁ । ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟ କାମ ମଂଥର ଗତିରେ ଚାଲୁଥିବା ବେଳେ ଏନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଅବଧି ସରିଯାଇଥିଲେ ବି ଚାଲିଛି ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟ । ଅର୍ଥ ବରାଦ ହାଇ କାମ ବି ଆରମ୍ଭ ହୋଇଛି । ହେଲେ ମଂଥର ଗତିରେ କାମ ଚାଲିଛି । ବର୍ଜ୍ୟ ଜଳ ସଂଗ୍ରହ ପାଇଁ ପ୍ରସ୍ତାବିତ ୪ଟି ପମ୍ପିଂ ଷ୍ଟେସନ ମଧ୍ୟ କାଯ୍ୟକ୍ଷମ ହୋଇପାରିନି । ସ୍ୱରେଜ ପାଇପ୍ ବିଛା ଯାଇଥିବା କାମ ମଧ୍ୟ ଅଧାରେ ପଡିଛି । ପ୍ରତିଥର ନଦୀର ସାମ୍ପଲ କଲେକ୍ସନ କରାଯାଇ ରିପୋର୍ଟ ପଠାଯାଉଛି । ହେଲେ କୌଣସି କାମ ହୋଇପାରୁନି । ସେପଟେ ଯେଉଁମାନେ ବର୍ଜ୍ୟବସ୍ତୁ ପକାଉଛନ୍ତି ସେମାନଙ୍କୁ ଚିଠି କରାଯାଇଛି । ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି । ଦିନକୁ ଦିନ ବ୍ରାହ୍ମଣୀ ନଦୀର ଜଳ ପ୍ରଦୂଷିତ ହେବାରେ ଲାଗିଥିବା ବେଳେ ଏବେଠାରୁ ଗୁରୁତ୍ୱ ଦିଆଯିବା ଜରୁରୀ ହୋଇପଡିଛି ।