କନକ ବ୍ୟୁରୋ: ଖରାଦିନ ନଆସୁଣୁ ଶୁଖିଲା ପଡିଲାଣି ଇବ୍ ନଦୀ । ନଦୀରେ ନାହିଁ ପାଣି । ପଡୋଶୀ ରାଜ୍ୟ ଛତିଶଗଡ ଷଡଯନ୍ତ୍ରର ପୁଣି ଶିକାର ହୋଇଛି ଓଡିଶା । ବିଭିନ୍ନ ପ୍ରକଳ୍ପ ଆଳରେ ପ୍ରଥମେ ମହାନଦୀ ଆଉ ଏବେ ଏହାର ପ୍ରମୁଖ ଉପନଦୀ ଇବର ଜଳ ଅଟକାଉଛି । ଫଳରେ ରାଜ୍ୟରେ ଶୁଖିଲା ପଡିଛି ନଦୀ । ଇବ ନଦୀର ପାଣି ଅଟକାଇବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ । ନଦୀ ଶୁଖିଯିବାରୁ ନଇକୂଳିଆ ଚାଷୀ ହନ୍ତସନ୍ତ ହେଲେଣି । ଖରାଦିନ ନ ଆସୁଣୁ ଏ ଅବସ୍ଥା, ଆଗକୁ ସ୍ଥିତି ଆହୁରି ଉକ୍ରଟ ହେବାର ଆଶଙ୍କା ରହିଛି ।