ବୌଦ୍ଧରେ ବିପଦ ସଂକେତ ପାର୍ କଲା ମହାନଦୀ : ୮୭.୯୧ ମିଟର ଉପରେ ଜଳସ୍ତର, ସତର୍କ କରାଇଲା ପ୍ରଶାସନ

ରାଜ୍ୟରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର : ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମଣୀ, ବୈତରଣୀ

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲାରେ ମହାନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ମହାନଦୀରେ ବିପଦ ସଂକେତ ୮୭.୭୦ମିଟର ରହିଥିବା ବେଳେ ବର୍ତ୍ତମାନ ମହାନଦୀରେ ଦିନ ଗୋଟାଏ ସୁଦ୍ଧା ୮୭. ୯୧ମିଟର ଉପରେ ଜଳସ୍ତର ପ୍ରବାହିତ ହେଉଛି। ଅପରପକ୍ଷେ ହୀରାକୂଦ ଜଳ ଭଣ୍ଡାରରରୁ ୨୮ଟି ଗେଟ ଦେଇ ବନ୍ୟା ଜଳ ଛଡାଯିବା ଯୋଗୁଁ ମହାନଦୀର ଜଳସ୍ତର ତଥା ସ୍ରୋତର ବେଗ ବୃଦ୍ଧି ପାଇବାରେ ଲାଗିଛି।

ଏହି ସମୟ ମଧ୍ୟରେ ନଦୀରେ ଯାତାୟତ କରିବା ବିପଦଜନକ ଥିବାରୁ ବୌଦ୍ଧ ଜିଲ୍ଲାପ୍ରଶାସନ ତଥା ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ  ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ସତର୍କ କରାଇଦିଆ ଦିଆଯାଇଛି ଯେ, ସେମାନେ ଏହି ସମୟରେ ନଦୀରେ ଯିବା ଆସିବା କରିବେ ନାହିଁ I ଏଣୁକରି ସହରର ତଳି ଅଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିବିଶେଷ ମତ୍ସ୍ୟଜିବୀ ଓ ଜନସାଧାରଣଙ୍କୁ ଏହି ସମୟରେ ନଦୀମୁହଁକୁ ନଯିବା ନିମନ୍ତେ ବାରଣ କରାଯାଇଛି। ବିଶେଷତଃ ମହାନଦୀ ଭତରେ ଥିବା ଏନଏସିର ଦୁଇ ନମ୍ବର ୱାର୍ଡ  ମର୍ଜାକୁଦ ଦ୍ବୀପରେ ବସବାସ କରୁଥିବା ଜନସାଧାରଣଙ୍କୁ ମହାନଦୀରେ ସମ୍ପୁର୍ଣ୍ଣ ଯିବାଆସିବା ନିମନ୍ତେ ବାରଣ କରାଯାଇଛି। ନଦୀର ସ୍ରୋତ ସ୍ୱାଭାବିକ ଅବସ୍ଥାକୁ ଆସିବା ପରେ ଯାଇ ଜନସାଧାରଣ ଯାତାୟତ କରନ୍ତୁ ବୋଲି ପ୍ରଶାସନ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe