ପଞ୍ଜାବରେ ଯୌତୁକର ଓଲଟାଧାରା : ବିଦେଶରେ ଥଇଥାନ ହେବା ଲକ୍ଷ୍ୟ ରଖି ହେଉଛି ବାହାଘର

ବରମାନେ ଯୌତୁକ ନେବା ବଦଳରେ କନ୍ୟା ପକ୍ଷକୁ ଯୌତୁକ ବାବଦରେ ଦେଉଛନ୍ତି ପ୍ରଚୁର ଟଙ୍କା

269

କନକ ବ୍ୟୁରୋ : ପଞ୍ଜାବରେ ଯୌତୁକର ଓଲଟା ଧାରା । ବରମାନେ ଯୌତୁକ ନେବା ବଦଳରେ କନ୍ୟା ପକ୍ଷଙ୍କୁ ଯୌତୁକ ବାବଦରେ ବିପୁଳ ଅର୍ଥ ଦେଉଛନ୍ତି । ବିଦେଶରେ ଥଇଥାନ ହେବା ଲକ୍ଷ୍ୟ ରଖି ଏପରି ବିବାହ ସମ୍ପନ୍ନ ହେଉଛି । ଏକ ଯୋଜନବଦ୍ଧ ବ୍ୟବସ୍ଥାରେ ବରପକ୍ଷ କନ୍ୟାର ଶିକ୍ଷା ଓ ଭିସା ବାବଦ ସମସ୍ତ ଖର୍ଚ୍ଚ କରିଥାନ୍ତି । ଆଉ ଏହାର ପ୍ରତିବଦଳରେ ବର କନ୍ୟା ମାଧ୍ୟମରେ ବିଦେଶରେ ଥଇଥାନ ହେବାର ପ୍ରତିଶ୍ରୁତି ପାଇଥାନ୍ତି । ହେଲେ ଅନେକ କ୍ଷେତ୍ରରେ କନ୍ୟା ପକ୍ଷ ଏଥିରେ ସହଯୋଗ ନକରିବା ପରି ଘଟଣା ସାମ୍ନାକୁ ଆସିଛି ।

ଚୁକ୍ତିଭିତିକ ବିବାହକୁ ନେଇ ପ୍ରତିଦିନ ଅନର୍ଥକାରୀ ମାମଲା ସାମ୍ନାକୁ ଆସୁଛି । ଗତ ୨ ବର୍ଷ ମଧ୍ୟରେ ପ୍ରାୟ ୫ ହଜାରରୁ ଅଧିକ ମାମଲା ସମ୍ନାକୁ ଆସିଛି । ବିଦେଶରେ ଥଇଥାନ ହେବା ଲକ୍ଷ୍ୟରେ ବିବାହ ଯୋଜନା କରୁଥିବା ଲୋକଙ୍କ ସଂଖ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ବ୍ରିଟେନ୍, କାନାଡା, ଆମେରିକା, ନ୍ୟୁଜିଲାଣ୍ଡ, ଏବଂ ଅଷ୍ଟ୍ରେଲିଆରେ ସ୍ଥାୟୀ ଭାବେ ରହିବାକୁ ଯୋଜନା କରୁଥିବା ଯୁବକମାନେ ଏଭଳି ବିବାହ କରୁଛନ୍ତି । ଏଥିପାଇଁ କନ୍ୟାପକ୍ଷଙ୍କୁ ସେମାନଙ୍କ ଦାବି ମୁତାବକ ଯୌତୁକ ଦେଉଛନ୍ତି ।