ବ୍ରିଟେନ ପରେ ଆମେରିକାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ। ୱାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ଉପରେ କଲେ ଆକ୍ରମଣ।

146

କନକ ବ୍ୟୁରୋ: ବ୍ରିଟେନ ପରେ ଏବେ ଆମେରିକାରେ ଖଲିସ୍ତାନୀଙ୍କ ଉତ୍ପାତ । ଆମେରିକାସ୍ଥିତ ଭାରତୀୟ ଦୂତାବାସ ଉପରକୁ ଖଲିସ୍ତାନୀ ଆକ୍ରମଣ କରିଥିବା ଜଣାପଡିିଛି । ସାନଫ୍ରାନସିସକୋ ସ୍ଥିତ ଭାରତୀୟ ଦୂତାବାସକୁ ଆକ୍ରମଣ କରି ଏହାକୁ ଭଙ୍ଗାରୁଜା କରିଛନ୍ତି ଖଲିସ୍ତାନୀ । ଦୂତାବାସ କାନ୍ଥରେ ଅମ୍ରିତପାଲ ସମର୍ଥନରେ ସ୍ଲୋଗାନ ମଧ୍ୟ ଲେଖିଛନ୍ତି । ସୋମବାର ବ୍ୟାରିକେଡ୍ ଭାଙ୍ଗି ଦୂତାବାସ ଭିତରେ ପଶିଥିଲେ ଖଲିସ୍ତାନୀ ଓ ଅମ୍ରିତପାଲ ସମର୍ଥକ । ସେଠାରେ ଜୋରଦାର ନାରାବାଜୀ କରିଥିଲେ । ଆମେରିକା ବୈଦେଶିକ ମନ୍ତ୍ରାଳୟକୁ ଯୋଗାଯୋଗ କରି ଘଟଣା ବାବଦରେ ତଥ୍ୟ ନେଇଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ଭାରତ । ସେପଟେ ୱାଶିଂଟନ ଡିସିରେ ମଧ୍ୟ ଥିବା ଭାରତୀୟ ଦୂତାବାସ ଉପରକୁ ଆକ୍ରମଣ ହୋଇଥିବା ସୂଚନା ରହିଛି । ଘଟଣାକୁ ଆମେରିକା ନିନ୍ଦା କରିବା ସହ ସମସ୍ତ ଭାରତୀୟଙ୍କ ସୁରକ୍ଷା ପାଇଁ ଆଶ୍ୱସନା ଦେଇଛି ।