ରାନୁ ମଣ୍ଡଳଙ୍କ ବାୟୋପିକ : ଲିଡ୍ ରୋଲରେ ନଜର ଆସିବେ ଏହି ଅଭିନେତ୍ରୀ

241

କନକ ବ୍ୟୁରୋ : ବଲିଉଡ ଜଗତରେ ବର୍ତ୍ତମାନ ବାୟୋପିକ ଫିଲ୍ମର ଟ୍ରେଣ୍ଡ ଚାଲୁଛି। ଏମିତିରେ ରାନୁ ମଣ୍ଡଳଙ୍କ ଉପରେ ଫିଲ୍ମ ହେବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି। ତେବେ ଫିଲ୍ମର ନାମ ‘ ମିସ୍ ରାନୁ ମାରିୟା’ ରହିଥିବା ବେଳେ ଏହାକୁ ଋଷିକେଶ ମଣ୍ଡଳ ନିର୍ଦ୍ଦେଶନା ଦେଉଛନ୍ତି। ଏହି ବାୟୋପିକରେ ରାନୁ ମଣ୍ଡଳଙ୍କ ଭୂମିକାରେ ନଜର ଆସିବେ ବଙ୍ଗାଳୀ ଏବଂ ହିନ୍ଦୀ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଇଶିକା ଦେ । ଏହି ଫିଲ୍ମର ଶୁଟିଂ କଲିକତା ଏବଂ ମୁମ୍ବାଇରେ ହେବ । ଏହି ଫିଲ୍ମରେ ପୂବର୍ରୁ ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ଲକଡାଉନ୍ ଯୋଗୁଁ ସେଡ୍ୟୁଲ୍ ଡେଟ୍ସ ରେ ଅସୁବିଧା ଆସିବାରୁ ଈଶିକାଙ୍କୁ ନିଆଯାଇଥିଲା । ଈଶିକା ଫିଲ୍ମ ‘ଲାଲ କପ୍ତାନ ଏବଂ ୱେବ ସିରିଜ ସେକ୍ରେଡ ଗେମ୍ସ’ରେ କାମ କରିସାରିଛନ୍ତି ।

ସୂଚନାନୁସାରେ, ଲତା ମଙ୍ଗେଶକରଙ୍କ ଗୀତ ଗାଇ ଷ୍ଟାର ପାଲଟିଯାଇଥିଲେ ରାନୁ ମଣ୍ଡଳ । ତାଙ୍କର ଗୋଟିଏ ଗୀତ ରାତାରାତି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା । ପଶ୍ଚିମବଙ୍ଗର ରଣାଘାଟ ଷ୍ଟେସନରୁ ପ୍ରସିଦ୍ଧ ହୋଇଥିବା ରାନୁ ଗାଇଥିବା ‘ତେରୀ ମେରୀ କାହାନୀ’ ଗୀତଟି ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଥିଲା । ଖାଲି ସେତିକି ନୁହେଁ ଯୁଆଡେ ଦିଖିବ ଖାଲି ରାନୁ ମଣ୍ଡଳଙ୍କ ଚର୍ଚ୍ଚା କରାଯାଉଥିବା ଦେଖିବାକୁ ମିଳିଥିଲା । ତାଙ୍କ ଲୋକପ୍ରିୟତା ଆକାଶଛୁଆଁ ହୋଇଥିଲା । କିନ୍ତୁ, ରାନୁ ମଣ୍ଡଳଙ୍କ ଭାଗ୍ୟର ଏହି ତାରକା, ଯାହା ରାତାରାତି ଉଜ୍ଜ୍ୱଳ ହୋଇଥିଲା, ଶୀଘ୍ର ଅଦୃଶ୍ୟ ହେଲା । ନଭେମ୍ବର ୨୦୧୯ ରେ, ରାନୁ ମଣ୍ଡଳ ହିମେଶ ରେଶମିଆଙ୍କ ସହିତ ତିନୋଟି ଗୀତ ରେକର୍ଡ କରିଥିଲେ । କିନ୍ତୁ ଅତୀତରେ ତାଙ୍କ ବିଷୟରେ କେହି କିଛି ଆଉ ଶୁଣିବାକୁ ପାଇନଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କରୋନା ମହାମାରୀ ଯୋଗୁଁ ତାଙ୍କ ଅବସ୍ଥା ବିଗିଡି ଯାଇଛି ।

ବାସ୍ତବରେ, ହଠାତ୍ ଖ୍ୟାତି ଅର୍ଜନ କରା ପରେ… ଗୋଟିଏ ପରେ ଗୋଟିଏ ବିବାଦ ଘେରକୁ ଠେଲି ହୋଇପଡିଥିଲେ । ଏପରିକି ଲୋକପ୍ରିୟ ହେବା ପରେ ରାନୁ ତାଙ୍କ ପୁରୁଣା ଘର ଛାଡି ନୂଆ ଘରକୁ ଚାଲିଯାଇଥିଲେ । ପରେ ମିଡିଆ ରିପୋର୍ଟରେ କୁହାଯାଇଥିଲା ଯେ ସେ ପୁଣି ଥରେ ନୂଆଘରକୁ ଛାଡି ପୁରୁଣାକୁ ଫେରିଛନ୍ତି । କାରଣ ବଲିଉଡରେ ରାନୁଙ୍କୁ ବେଶି କାମ ମିଳୁନଥିଲା । ଏଭଳି ପରିସ୍ଥିତିରେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ନିଜ ପୁରୁଣା ଘରକୁ ଫେରି ଆସିଛନ୍ତି । ସବୁଠାରୁ ବଡ କଥା ହେଉଛି, ରାତାରାତି ଷ୍ଟାର ପାଲଟିବା ପରେ ରାନୁଙ୍କ ଆଚରଣରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ତାଙ୍କୁ ଅନେକ ଥର ପ୍ରଶଂସକ ଏବଂ ଗଣମାଧ୍ୟମ ସହିତ ଅସଦାଚରଣ କରୁଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ହିମେଶଙ୍କ ସହ ରାନୁଙ୍କ ମତାନ୍ତର ବିଷୟରେ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏହି କାରଣରୁ ତାଙ୍କୁ ବହୁତ ଟ୍ରୋଲ ମଧ୍ୟ କରାଯାଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ତାଙ୍କୁ ଅହଂକାରୀ ବୋଲି କହିବା ଆରମ୍ଭ କରିଦେଇଥିଲେ ।