କନକ ବ୍ୟୁରୋ : ଦଣ୍ଡଯାତ୍ରାରେ ରେକର୍ଡ ଡାନ୍ସ ବେଳେ ଦୁର୍ବୃତ୍ତଙ୍କ ହଙ୍ଗାମା । ଷ୍ଟେଜ୍ ଉପରକୁ ଚଢ଼ି କଳାକାରଙ୍କୁ କଲେ ଠେଲାପେଲା । ଭଞ୍ଜନଗର ନୂଆ ମହୁଲିଆ ଗାଁରୁ ଆସିଛି ଚିତ୍ର । ଘୁମୁସର ନୂଆ ଗାଁର କଳାକାରମାନେ ନୂଆ ମହୁଲିଆ ଗାଁରେ ରେକର୍ଡ ଡାନ୍ସ ପରିବେଷଣ କରୁଥିଲେ । ତେବେ ଏହି ସମୟରେ କିଛି ଯୁବକ ଷ୍ଟେଜ୍ ଉପରକୁ ଚଢ଼ି କଳାକାରଙ୍କୁ ଠେଲାପେଲା କରିବା ସହ ମାରପିଟ୍ କରିଥିଲେ ।

Advertisment

ଯୁବକଙ୍କ ବୁଝାଇବା ପାଇଁ ଅନ୍ୟ ଏକ ଗୋଷ୍ଠୀ ଷ୍ଟେଜ ଉପରକୁ ଚଢ଼ିଥିଲେ । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ବଦଳରେ ଉଭୟଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ଠେଙ୍ଗା ବାଡ଼ି, ଖଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ । ଏଥିରେ ଉଭୟ ଗୋଷ୍ଠୀର ୧୦ରୁ ଅଧିକ ଜଣକ ଆହତ ହୋଇଥିବା ଜଣାପଡ଼ିଛ । ଭୁଜାଲି ମାଡ଼ରେ ଗୁରୁତର ଜଣେ ଯୁବକଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗଣ୍ଡଗୋଳ ପରେ ନାଚ ବନ୍ଦ କରାଯାଇଥିଲା ।