‘ରବ୍ ନେ ବନା ଦି ଯୋଡି’ ଓ ‘ଜବ୍ ତକ୍ ହେ ଜାନ’ ପରେ ପୁଣି ଏକାଠି ନଜର ଆସୁଛନ୍ତି ବଲିଉଡର ବାଦଶାହ ଶାହରୁଖ ଖାନ୍ ଓ ଅନୁଷ୍କା ଶର୍ମା । ଇମତିଆଜ୍ ଅଲ୍ଲୀଙ୍କ ଆଗାମୀ ମୁଭି ‘ଦ ରିଙ୍ଗ୍’ରେ ପୁଣି ଅନ୍ ସ୍କ୍ରିନ୍ ରୋମାନ୍ସ କରିବେ ଏହି ଯୋଡି । ଉଭୟ ଏବେ ପ୍ରେଗ୍ ଠାରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଶାହରୁଖ ସୁଟିଂ ସେଟରୁ ନିଜ ଫ୍ୟାନ୍ ମାନଙ୍କ ପାଇଁ କିଛି ଫଟୋ ସହ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଆଉ ଯାହାକୁ ବାଦଶାହଙ୍କ ଫ୍ୟାନ୍ ମାନେ ମଧ୍ୟ କାଫି ପସନ୍ଦ କରିଛନ୍ତି ।
ଫିଲ୍ମରେ ଶାହରୁଖ ଜଣେ ପଞ୍ଜାବୀ ଟୁର୍ ଗାଇଡର ଅଭିନୟ କରିଛନ୍ତି ଓ ଅନୁଷ୍କା ଜଣେ ଗୁଜୁରଟୀ ଝିଅ ଭୁମିକାରେ ନଜର ଆସିଛନ୍ତି । ଇମତିଆଜଙ୍କ ବାକି ଫିଲ୍ମ ପରି ‘ଦ ରିଙ୍ଗ୍’ ମଧ୍ୟ ଏକ ଲଭ୍ ଷ୍ଟୋରୀ ।
ଶାହରୁଖ୍ ‘ରଇସ୍’ ଓ ‘ଡିଅର୍ ଜିନ୍ଦେଗି’ର କାମ ସାରିବାପରେ ବ୍ରେକ୍ ନେଇଥିଲେ । ‘ଲଭ୍ ଆଜ୍ କଲ୍’ ରକଷ୍ଟାର୍’ଏବଂ ‘ତମାସା’ ପରି ଚର୍ଚିତ ଫିଲ୍ମର ନିର୍ଦେଶକ ଇମତିଆଜ୍ ଅଲ୍ଲୀଙ୍କ ସହ କିଙ୍ଗ୍ ଖାନଙ୍କର ଏହା ପ୍ରଥମ ଫିଲ୍ମ । ତେବେ ଏହି ଯୋଡି ଇମତିଆଜଙ୍କ ପାଇଁ ଲକି ସାବ୍ୟସ୍ତ ହେଉଛନ୍ତି କି ନାହିଁ ତାହା ଫିଲ୍ମ ରିଲିଜ୍ ହେବା ପରେ ହିଁ ଜଣା ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/maxresdefault-2.jpg)