ଦେଶ ଛାଡିଚାଲି ଯାଉଛନ୍ତି ଧନୀ । ୨୦୧୯ରେ ଦେଶ ଛାଡ଼ି ବିଦେଶରେ ଘର କରିଛନ୍ତି ୭ ହଜାର ଭାରତୀୟ

671

କନକ ବ୍ୟୁରୋ: ଦେଶ ଛାଡିଚାଲି ଯାଉଛନ୍ତି ଧନି । ବିଦେଶରେ ଯାଇ ବସବାସ କରିବାକୁ ଧନି ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ । ନିକଟରେ ଏମିତି ଏକ ରିପୋର୍ଟ ମିଳିଛି ଯାହା ସଭିଁଙ୍କୁ ଚକିତ କରିଛି । ୨୦୧୯ରେ ୭ହଜାର ଧନି ଭାରତ ଛାଡି ବିଦେଶ ଚାଲି ଯାଇଛନ୍ତି ।

ବିଦେଶ ଚାଲି ଯାଉଛନ୍ତି ଦେଶର ଧନୀ । ଆଫ୍ରଏସିଆ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ୧ ମିଲିଅନ ଡଲାରରୁ ୧୦ ମିଲିଅନ ଡଲାର ବିଶିଷ୍ଟ ଧନୀ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି । ଏହି ତାଲିକାରେ ଚୀନ ଏକ ନମ୍ବରରେ ରହିଥିବା ବେଳେ ଭାରତ ୨ ନମ୍ବରରେ ରହିଛି । ୨୦୧୯ରେ ଚାଇନାର ୧୬ହଜାର ଓ ଭାରତର ୭ହଜାର ଧନି ବ୍ୟକ୍ତି ନିଜ ଦେଶ ଛାଡି ବିଦେଶକୁ ଯାଇଥିବା ଏହି ରିପୋର୍ଟ କହିଛି ।

ପିଟୁସି- ଉନ୍ନତ ସ୍ୱାସ୍ଥ୍ୟସେବା, ଉନ୍ନତ ଶିକ୍ଷା, ସୁରକ୍ଷା ଏବଂ ରହିବା ଶୈଳୀର ଆକର୍ଷଣରେ ଅନେକ ଧନୀ ବିଦେଶକୁ ଚାଲିଯାୁଛନ୍ତିି । ବିଶେଷକରି ଏମାନେ ଅଷ୍ଟ୍ରେଲିଆ, ଆମେରିକା, ସୁଇଜରଲ୍ୟାଣ୍ଡଭଳି ଦେଶକୁ ପଳାଉଛନ୍ତି ।

କେବଳ ଚୀନ୍ ଆଉ ଭାରତ ନୁହେଁ ଋଷ, ହଙ୍କକଙ୍ଗ,ତୁର୍କୀ ଆଦି ଦେଶଗୁଡିକରୁ ମଧ୍ୟ ଧନି ବ୍ୟକ୍ତିମାନେ ବିଦେଶକୁ ଚାଲିଯାଉଛନ୍ତି । ଅଧିକ ସଂଖ୍ୟକ ଲୋକେ ଅଷ୍ର୍ଟ୍ରେଲିଆ ଚାଲିଯାଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ୨୦୧୯ରେ ପାଖାପାଖି ୧୯ହଜାର ଲୋକ ନିଜ ଦେଶ ଛାଡି ଅଷ୍ଟ୍ରେଲିଆର ନାଗରିକତ୍ୱ ନେଇ ସେଠାରେ ରହୁଛନ୍ତି । ଏହାପରେ ଆମେରିକା ଓ ସୁଇଜରଲ୍ୟାଣ୍ଡରେ ମଧ୍ୟ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଦେଶ ଛାଡିଚାଲି ଯାଇଛନ୍ତି । ୨୦୧୯ରେ ୧୦ହଜାର ୮୦୦ ଜଣ ଆମେରିକାରେଏବଂ ୪ହଜାର ଜଣ ସୁଇଜରଲ୍ୟାଣ୍ଡରେ ରହିଛନ୍ତି ।

ଅଷ୍ଟ୍ରେଲିଆ ଓ ଆମେରିକା ଧନୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ପର୍ତୁଗାଲ ଓ ଗ୍ରୀସ ପରି ଦେଶକୁ ମଦ୍ୟ ଧନୀ ପସନ୍ଦ କରୁଛନ୍ତି, ଆଉ ନିଜ ଦେଶ ଛାଡ଼ି ଏଠାରେ ରହୁଛନ୍ତି । ଦେଶ ଛାଡି ଅନ୍ୟ ଦେଶକୁ ଯିବା ପାଇଁ ୩୦ ପ୍ରତିଶତ ଧନି ଇନଭେଷ୍ଟର ଭିସାର ବ୍ୟବହାର କରୁଛନ୍ତି । ଏହାସହ ଫ୍ୟାମିଲି ଭିସା ଓ ୱର୍କ ଭିସାର ମଧ୍ୟ ସାହାର ନେଉଛନ୍ତି ।