କନକ ବ୍ୟୁରୋ: ବିଶେଷକରି ସହର ଅପେକ୍ଷା ଗାଁ ପରିବେଶ ଅଧିକ ପ୍ରଦୂଷଣ ମୁକ୍ତ ରହିଥାଏ । ଗାଁ ଗହଳିର ସବୁଜିମା ପରିବେଶ ଲୋକଙ୍କୁ ମୁକ୍ତ ବାୟୁ ଦେଇଥାଏ । ହେଲେ ବଲାଙ୍ଗିର ସିଁତଳା ବ୍ଳକ ଲାଚୁଟ୍ ଗାଁରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଗାଁ ଲୋକଙ୍କୁ କଲବଲ କରୁଛି ରାଇସ ମିଲର ପାଉଁଶ । ଏଠାକାର ଲୋକ ପିଉଥିବା ପାଣିଠାରୁ ଆରମ୍ଭ କରି ନେଉଥିବା ନିଶ୍ୱାସ ସବୁଥିରେ ଶରୀରକୁ ଯାଉଛି ରାଇସ ମିଲର ପାଉଁଶ । ଲୋକେ ଏଠି ଶାନ୍ତିରେ ଖାଇପାରୁଛନ୍ତି ନା ପିଇ ପାରୁଛନ୍ତି । ଏପରିକି ଲୋକେ ଖରାରେ କିଛି ଜିନିଷ ଶୁଖାଇପାରୁନାହାନ୍ତି ।
ଗାଁ ମଝିରେ ମିଲ ଥିବାରୁ ଲୋକଙ୍କ ଘରଦ୍ୱାର ସବୁଠି କଳା ପାଉଁଶ । ଅଳ୍ପ ବୟସର ଲୋକ ଏଠାରେ ଫୁସଫୁସଜନିତ ରୋଗର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ପାଉଁଶ ଯୋଗୁଁ ଲୋକଙ୍କ ଆଖି ମଧ୍ୟ ନଷ୍ଟ ହେଉଛି । ମିଲରୁ ନିର୍ଗତ ହେଉଥିବା ଦୂଷିତ ପାଣିକୁ ଠିକ ଭାବେ ପରିଚାଳନା ନକରିବାରୁ ଏହା ଗୋଟିଏ ସ୍ଥାନରେ ଜମାହୋଇ ଡେଙ୍ଗୁ ମ୍ୟାଲେରିଆ ମଶା ସୃଷ୍ଟି ହେଉଛି । ଗାଁ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ୱେ କେହି ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-19-18h38m18s462.jpg)