ସରକାରୀ କର୍ମଚାରୀଙ୍କ ବଦଳି ନେଇ ଚିଠି ଲେଖିଲା ରାଜସ୍ବ ବିଭାଗ। ମେ ୨୯ ତାରିଖ ସୁଦ୍ଧା ତାଲିକା ଦେବାକୁ ନିର୍ଦ୍ଦେଶ 

ସରକାରୀ କର୍ମଚାରୀଙ୍କ ବଦଳି ନେଇ ଚିଠି ଲେଖିଲା ରାଜସ୍ବ ବିଭାଗ। ମେ ୨୯ ତାରିଖ ସୁଦ୍ଧା ତାଲିକା ଦେବାକୁ ନିର୍ଦ୍ଦେଶ 

କନକ ବ୍ୟୁରୋ:୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି । ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଚିଠିରେ ‌ଉଲ୍ଲେଖ କରିଛନ୍ତି ଯେ, ଆସନ୍ତା ମେ’ ୨୯ ତାରିଖ ସୁଦ୍ଧା ଏନେଇ ତାଲିକା ଦିଅନ୍ତୁ । ବିଶେଷକରି ଓଡ଼ିଶା ପ୍ରଶାସନିକ ସେବା/ଓଡ଼ିଶା ରାଜସ୍ବ ସେବା, ଗ୍ରୁପ- ବି ଅଫିସରଙ୍କ ପାଇଁ ନିୟମ ଲାଗୁ ହେବ ବୋଲି ଚିଠିରେ କୁହାଯାଇଛି।

ସେହିପରି ରାଜସ୍ୱ ସଚିବ ଚିଠିରେ ଯେଉଁ କର୍ମଚାରୀମାନେ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଛନ୍ତି ଓ ଯେଉଁମାନେ ଘରୋଇ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ସେନେଇ ତଥ୍ୟ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe