କନକ ବ୍ୟୁରୋ:୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି । ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଚିଠିରେ ‌ଉଲ୍ଲେଖ କରିଛନ୍ତି ଯେ, ଆସନ୍ତା ମେ’ ୨୯ ତାରିଖ ସୁଦ୍ଧା ଏନେଇ ତାଲିକା ଦିଅନ୍ତୁ । ବିଶେଷକରି ଓଡ଼ିଶା ପ୍ରଶାସନିକ ସେବା/ଓଡ଼ିଶା ରାଜସ୍ବ ସେବା, ଗ୍ରୁପ- ବି ଅଫିସରଙ୍କ ପାଇଁ ନିୟମ ଲାଗୁ ହେବ ବୋଲି ଚିଠିରେ କୁହାଯାଇଛି।

ସେହିପରି ରାଜସ୍ୱ ସଚିବ ଚିଠିରେ ଯେଉଁ କର୍ମଚାରୀମାନେ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଛନ୍ତି ଓ ଯେଉଁମାନେ ଘରୋଇ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ସେନେଇ ତଥ୍ୟ ମାଗିଛନ୍ତି।