ଆସନ୍ତା ବୁଧବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ: ଦିନ ୧ଟାରେ ରେଜଲ୍ଟ ବାହାରିବା ନେଇ ସୂଚନା ଦେଲେ ମନ୍ତ୍ରୀ

155

କନକ ବ୍ୟୁରୋ: ଆସନ୍ତା ବୁଧବାର ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ । ଜୁଲାଇ ୬ ତାରିଖ ଅପରାହ୍ନ ୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ପରିଚାଳନା କମିଟି ଦ୍ୱାରା ଅନୁମୋଦନ ପରେ ପରୀକ୍ଷା ଫଳ ପ୍ରକାଶ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରେସମିଟ୍ କରି ଏହି ସୂଚନା ଦିଆଯାଇଛି । କରୋନା ଯୋଗୁଁ ୨ ବର୍ଷ ପରେ ଚଳିତ ଥର ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୨୮ ହଜାର ପିଲା ।

ଜୁଲାଇ ୬ ତାରିଖ ଦିନ ୨ଟା ପରେ ଦୁଇଟି ୱେବସାଇଟରେ ଲଗ ଇନ କରି ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ । ଡବ୍ଲୁଡବ୍ଲୁୁଡବ୍ଲ ଡଟ୍ ବିଏସଇଓଡିଶା ଡଟ୍ ଏସି ଡଟ୍ ଇନ୍ ଓ ଡବ୍ଲୁଡବ୍ଲୁୁଡବ୍ଲ ଡଟ୍ ବିଏସଇଓଡିଶା ଡଟ୍ ଏନଆଇସି ଡଟ୍ ଇନ୍ରେ ରେଜଲ୍ଟ ଉପଲବ୍ଧ ହେବ । ଏହାଛଡା ମୋବାଇଲରେ ଏସଏମଏସ କରି ପରୀକ୍ଷା ଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ଓଆର୧୦- ସ୍ପେସ୍ ଦେଇ ନିଜ ରୋଲ ନଂବର ଲେଖି ମୋବାଇଲ ନଂବର ୫୬୭୬୭୫୦କୁ ଏସଏମଏସ କଲେ ଫଳାଫଳ ଜାଣିହେବ ।

କରୋନା ଯୋଗୁଁ ଦୁଇ ବର୍ଷ ପରେ ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଏଥର ନୂଆ ଢାଂଚାରେ ହୋଇଥିଲା ମାଟ୍ରିକ ପରୀକ୍ଷା । ସମେଟିଭ-୧ ଏବଂ ସମେଟିଭ-୨ ଏଭଳି ୨ଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିଥିଲା । ଏଥର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।