ମେ ୨୬ରେ ପ୍ରକାଶ ପାଇବ ମେଟ୍ରିକ ପରୀକ୍ଷା ଫଳ । ଅପରାହ୍ନରେ ପିଲାଙ୍କୁ ମିଳିଯିବ ଡିଜିଟାଲ ସାର୍ଟିଫିକେଟ୍

615

କନକ ବ୍ୟୁରୋ: ମେ ୨୬ରେ ପ୍ରକାଶ ପାଇବ ମେଟ୍ରିକ ପରୀକ୍ଷା ଫଳ । ୨୬ ତାରିଖ ସକାଳ ୧୦ଟା ୩୦ ମିନିଟରେ ପ୍ରକାଶ ପାଇବ ରେଜଲ୍ଟ । ୧୧ଟା ୩୦ରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଉବଲବ୍ଧ ହେବ । ୧୨ଟା ୩୦ରେ ଟାବୁଲେସନ୍ ରେଜିଷ୍ଟର ଉପଲବ୍ଧ ହେବ । ସେହିଦିନ ଅପରାହ୍ନ ୪ଟା ସମୟରେ ପିଲାଙ୍କୁ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ୍ ମିଳିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଅନଲାଇନରୁ ଡାଉନଲୋଡ କରିପାରିବେ । (website: bseodisha.nic.in.)ମେଟ୍ରିକ ରେଜଲ୍ଟ ହ୍ୱାଟ୍ସଆପରେ ମଧ୍ୟ ଉପଲବ୍ଧ ହେବ । OR10<>RollNo<> 5676750 ଟାଇପ କରି ଏହାକୁ ଏସଏମଏସ୍ କଲେ ପିଲାମାନେ ରେଜଲ୍ଟ ଜାଣିପାରିବେ । ଇଣ୍ଟରନେଟ୍ ସୁବିଧା ପାଇପାରୁନଥିବା ଅଞ୍ଚଳ ଗୁଡିକ ପାଇଁ ଏହି ସୁବିଧା କରାଯାଇଛି ।