ଜୁନ ୩୦ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ନବମ ଓ ଦଶମ ପରୀକ୍ଷା ଫଳକୁ ନେଇ ହେବ ମୂଲ୍ୟାୟନ

217

କନକ ବ୍ୟୁରୋ: ଜୁନ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିବା ନେଇ ସୂଚନା ଦିଆଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଚଳିତ ବର୍ଷ କେମିତି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ସେ ନେଇ ମଧ୍ୟ ବିଜ୍ଞପ୍ତିରେ କୁହାଯାଇଛି ।

ନବମ ଓ ଦଶମ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳକୁ ବିଚାର କରାଯିବ । ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପରୀକ୍ଷା ଫଳକୁ ବିଚାର କରାଯିବ । ଦଶମର ୩ଟି ଅଭ୍ୟାସ ପରୀକ୍ଷାର ଫଳରୁ ୨ଟି ସର୍ବୋଚ୍ଚ ମାର୍କକୁ ବିଚାରକୁ ନିଆଯିବ । ନବମର ସର୍ବୋଚ୍ଚ ମାର୍କର ୪୦ ପ୍ରତିଶତ ଗୁରୁତ୍ୱ ଦିଆଯିବ ।

ଦଶମ ଅଭ୍ୟାସ ପରୀକ୍ଷା ଦେଇନଥିଲେ, ନବମ ପରୀକ୍ଷା ଫଳକୁ ୧୦୦ ପ୍ରତିଶତ ଗୁରୁତ୍ୱ ଦିଆଯିବ । ଗୋଟିଏ ଅଭ୍ୟାସ ପରୀକ୍ଷା ଦେଇଥିଲେ ନବମ ପରୀକ୍ଷା ଫଳକୁ ୭୦ ପ୍ରତିଶତ ୱେଟେଜ ଦିଆଯିବ ।