ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଏଥର ୯୭.୮୯ ପ୍ରତିଶତ ପିଲା ପାସ କରିଛନ୍ତି

175

କନକ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । କଟକ ବୋର୍ଡ ଅଫିସରରୁ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଛି । ଏଥର ୯୭.୮୯ ପ୍ରତିଶତ ପିଲା ପାସ କରିଛନ୍ତି ।

ଆଜି ସନ୍ଧ୍ୟା ୬ଟାରେ ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀ ମାନେ www.bseodisha.ac.in କୁ ଯାଇ ରେଜଲ୍ଟ ଦେଖିପାରିବେ । ଏହାସହ ଇଣ୍ଟରନେଟ ନଥିଲେ ନିଜ ରୋଲ ନମ୍ବର ସହ ୫୬୭୬୭୫୦ରେ ଏସଏମଏସ କରି ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ଜାଣି ପାରିବେ ।

ଏଥର ୫ ଲକ୍ଷ ୬୨ ହଜାର ୧୦ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଛନ୍ତି । ୭ ହଜାର ୭୦୩ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ ହୋଇ ସାରିଛନ୍ତି । ଏମାନଙ୍କ ମଧ୍ୟରେ ୨ ଲକ୍ଷ ୮୦ ହଜାର ୩୯୨ ଛାତ୍ର ପାସ । ସେହିପରି ୨ ଲକ୍ଷ ୮୧ ହଜାର ୬୫୮ ଛାତ୍ରୀ ପାସ କରିଛନ୍ତି । ଏ-୧ରେ ୨ ହଜାର ୬୫୬ ଛାତ୍ରଛାତ୍ରୀ, ଏ-୨ରେ ୨୨ ହଜାର ୧୩୧, ବି-୧ରେ ୫୨ ହଜାର ୨୯୯, ବି-୨ରେ ୯୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ରାଜ୍ୟରେ ୫,୯୪୫ ସ୍କୁଲରେ ପାସ ହାର ଶତପ୍ରତିଶତ ରହିଛି । ସେହିପରି ପରୀକ୍ଷାରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପୁଣି ପରୀକ୍ଷା ଦେଇପାରିବେ । ଏନେଇ ଜୁଲାଇ ୫ରୁ ଫର୍ମ ପୂରଣ କରାଯିବ ।