ପଞ୍ଚାୟତ ଫଇସଲା: ଆସିଲା ପ୍ରଥମଦିନର ଫଳାଫଳ, ଘୋଷଣା ହୋଇନି ନିଆଳି ଜୋନ୍-୧ । ୩୧୫ରୁ ୩୧୪ ଆସନରେ କିଏ ପାଇଲା କେତେ?

156

କନକ ବ୍ୟୁରୋ: ସାମ୍ନାକୁ ଆସିଲା ପ୍ରଥମ ଦିନର ୩୧୫ରୁ ୩୧୪ ଆସନର ଫଳାଫଳ । ୩୧୫ରୁ ୧ ଜିଲ୍ଲା ପରିଷଦ ଘୋଷଣା ହୋଇନାହିଁ । ତେବେ ଘୋଷଣା ହୋଇଥିବା ୩୧୪ଟି ଆସନରେ ବଡ ବ୍ୟବଧାନରେ ବାଜି ମାରି ନେଇଛି ବିଜେଡି । ୩୧୪ ଜୋନରୁ ୨୮୧ରେ ବିଜେଡି, ବିଜେପି ୧୫, କଂଗ୍ରେସ ୧୪ ସ୍ୱାଧୀନ ୨ ଓ ଅନ୍ୟାନ ୨ଟି ଜୋନରେ ବିଜୟୀ ହୋଇଛନ୍ତି ।

ପ୍ରଥମ ଦିନର ଭୋଟ ଗଣତିରେ ଯେଉଁ ରେଜଲ୍ଟ ସାମ୍ନାକୁ ଆସିଛି ସେଥିରେ ବିଜେପି ନିରାଶ ହୋଇଛି । କାରଣ ଏଥିରେ ବିଜେପି କଂଗ୍ରେସ ସହ ସମାନ ସ୍ଥିତିରେ ରହିଛି । ସେହିପରି ବିଜେଡି ଏକପ୍ରକାରର ଏକତରଫା ବିଜୟ ହାସଲ କରିଛି । କାରଣ ଏହି ଦୁଇ ଦଳଠୁ ବିଜେଡି ବହୁ ବଡ ବ୍ୟବଧାନରେ ଆଗରେ ରହିଛି । ଯାହାକି ଏବେ ବିରୋଧୀ ଦଳଙ୍କୁ ଚିନ୍ତାରେ ପକାଇଛି ।