କନକ ବ୍ୟୁରୋ : ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି । କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ଏହି ପରୀକ୍ଷାରେ ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଛାତ୍ରୀମାନେ ଆଗରେ ରହିଛନ୍ତି । କଳା ବିଭାଗରେ ପାସ୍‌ହାର ୯୩.୬୮% ରହିଥିବା ବେଳେ ବିଜ୍ଞାନରେ ୯୬.୮୯% ଓ ବାଣିଜ୍ୟରେ ୯୫.୬% ହୋଇଛି । କଳା ବିଭାଗର ମନୋବିଜ୍ଞାନ ବିଷୟର ଛାତ୍ରୀ ପ୍ରଗତି ଗୁରୁ ସର୍ବାଧିକ ନମ୍ବର ରଖି ବିଭାଗ ତଥା କଲେଜ ଟପର୍‌ ହୋଇଛନ୍ତି । ସେ କେବଳ ଅନର୍ସରେ ୧୩୨୨ମାର୍କ ଓ ମୋଟ ଉପରେ ୨୩୯୯ ମାର୍କ ରଖିଛନ୍ତି । ବିଜ୍ଞାନ ବିଭାଗରେ ପ୍ରାଣୀବିଜ୍ଞାନ ବିଷୟ ଛାତ୍ର ଗୌରହରି ସାହୁ ଓ ବାଣିଜ୍ୟ ବିଭାଗରେ ଆକାଉଣ୍ଟି˚ ବିଷୟର ଛାତ୍ର ଶୁଭମ୍‌ ଚୌଧୁରୀ ଟପର‌୍‌ ହୋଇଛନ୍ତି ।

Advertisment

କଳା ବିଭାଗରେ ମୋଟ ୪୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୮୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨୬୫ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କସନ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫୩ଜଣ ପ୍ରଥମ, ୨୬ଜଣ ଦ୍ବିତୀୟ ଶ୍ରେଣୀ ଡିଷ୍ଟିଙ୍କସନ୍‌, ୪୨ଜଣ ଦ୍ବିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ୨୬ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି । ହିନ୍ଦୀ, ଷ୍ଟାଟିଷ୍ଟିକ୍ସ, ଶିକ୍ଷା ଓ ଭୂଗୋଳ ବିଭାଗରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧୮୮ଜଣଙ୍କ ମଧ୍ୟରୁ ୧୮୨ଜଣ ପାସ୍‌ କରିଛନ୍ତି । ୧୨୧ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କସନ୍‌, ୫୬ଜଣ ପ୍ରଥମ, ୨ଜଣ ଦ୍ବିତୀୟ ଶ୍ରେଣୀ ଡିଷ୍ଟିଙ୍କସନ୍‌, ୩ ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କମ୍ପ୍ୟୁଟର୍‌ ସାଇନ୍ସ, ଗଣିତ, ପ୍ରାଣୀ ବିଜ୍ଞାନର ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ୨୪୯ଜଣ ପରୀକ୍ଷା ଦେଇଥିବା ବେଳେ ୨୩୮ଜଣ ପାସ୍‌ କରିଛନ୍ତି । ୧୩୯ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କସନ୍‌, ୩୭ଜଣ ପ୍ରଥମ, ୨୫ ଜଣ ଦ୍ବିତୀୟ ଶ୍ରେଣୀ ଡିଷ୍ଟିଙ୍କସନ୍‌, ୩୭ଜଣ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି । ୧୧ଜଣ ଫେଲ୍‌ ହୋଇଛନ୍ତି ।