ଏମ୍ସ ପିଜି ପ୍ରବେଶିକା ପରୀକ୍ଷାରେ ଭୁବନେଶ୍ୱର ଏମ୍ସ ଛାତ୍ରୀଙ୍କ ସଫଳତା ।  ୧୦୦ ପର୍ସେନଟାଇଲ୍ ସହ ଡାକ୍ତର ଭିନିଥା କେ ଦେଶରେ ପ୍ରଥମ ,  ଚଳିତ ଦେଶର ୪ ହଜାର ୩୩୫ ଜଣଙ୍କୁ ମିଳିଲା ରାଙ୍କ 

322

କନକ ବ୍ୟୁରୋ : ଏମ୍ସ ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ କରିଛି ନୂଆଦିଲ୍ଲୀ ଏମ୍ସ । ଏଥିରେ ଦେଶର ଟପ୍ପର ହୋଇଛନ୍ତି ଭୁବନେଶ୍ୱର ଏମ୍ସ୍ ଛାତ୍ରୀ ଡାକ୍ତର ଭିନିଥା କେ । ହଜାର ହଜାର ଛାତ୍ରଛାତ୍ରୀଙ୍କ ପଛରେ ପକାଇ ଭିନିଥା ଶ୍ରେଷ୍ଠ ହୋଇଛନ୍ତି । ଏହା ସହ ଭୁବନେଶ୍ୱର ଏମ୍ସ  ପାଇଁ ଗୌରବ ଆଣିଛନ୍ତି । ପରୀକ୍ଷାରେ ସେ ୧୦୦ ପର୍ସେନ୍ଟାଇଲ୍ ରଖି ଏହି ସଫଳତା ହାସଲ କରିଛନ୍ତି ।

ଭିନିଥାଙ୍କ ସମେତ ଦେଶର ସମସ୍ତ ଏମ୍ସରୁ ମୋଟ ୨୯ ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇଛନ୍ତି । ମୋଟ ୪ ହଜାର ୩୩୫ ଜଣ ଛାତ୍ରଛାତ୍ରୀଙ୍କ ରାଙ୍କ ପ୍ରଦାନ କରାଯାଇଛି । ଏହି ତାଲିକାରେ ଭୁବନେଶ୍ୱର ଏମ୍ସର ୭୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏହି ସଫଳତାକୁ ନେଇ ଏମ୍ସ ନିର୍ଦ୍ଦେଶିକା ଗୀତାଂଜଳି ଖୁସି ବ୍ୟକ୍ତ କରିଛନ୍ତି ।