ଜମିଜମା ବିବାଦର ପରିଣତି : ବେଗୁନିଆ ଅଂଚଳରେ ଗାଁ ଦାଣ୍ଡରେ ମହିଳାଙ୍କୁ ମାଡ ମରାଯିବା ସହ ଘର ପୋଡିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ

ଜମିଜମା ବିବାଦର ପରିଣତି : ବେଗୁନିଆ ଅଂଚଳରେ ଗାଁ ଦାଣ୍ଡରେ ମହିଳାଙ୍କୁ ମାଡ ମରାଯିବା ସହ ଘର ପୋଡିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ

କନକ ବ୍ୟୁରୋ : ବେଗୁନିଆ ଥାନା ଅଂଚଳରେ ଜଣେ ମହିଳାଙ୍କୁ  ଗାଁ  ଦାଣ୍ଡରେ  ମାଡ ମରାଯିବା ସହ  ତାଙ୍କ ଘରେ ନିଆଁ ଲଗାଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବୋଲଗଡ ବ୍ଲକ କଡବ ଗାଁରେ ଘଟିଛି ଏହି ଘଟଣା । ଗାଁର ମିନିକା ବଳବନ୍ତରାୟଙ୍କୁ  ଗାଁର ଏକ ଜମିଜମା ଘଟଣାକୁ  ନେଇ କିଛି ଲୋକ ମାଡ ମାରୁଛନ୍ତି । ଏ ନେଇ ଥାନାରେ ମିନିକାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାବେଳେ  ମାଡ ମାରୁଥିବା ଲୋକଙ୍କ ପକ୍ଷରୁ ପାଲଟା ଅଭିଯୋଗ ହୋଇଛି । ବେଗୁନିଆ ପୁଲିସ ଉଭୟଙ୍କ ନାଁରେ  ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe