ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା । ଆଜିଠୁ କଟକଣା ହଟାଇଲା ଜିଲ୍ଲା ପ୍ରଶାସନ । କରୋନାରେ ମୃତ୍ୟୁ ହୋଇଥିଲେ ରହିବ କଟକଣା । 

163

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା । ଆଜିଠୁ ଜିଲ୍ଲାପ୍ରଶାସନ ତରଫରୁ ଏହି କଟକଣା ହଟାଯାଇଛି । ହେଲେ କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ କଟକଣା ରହିବ ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ ସୂଚନା ଦେଇଛନ୍ତି ।

ପୁରୀ ଜିଲ୍ଲାରେ ସଂକ୍ରମଣ କମିଥିବାରୁ କଟକଣା ହଟାଯାଇଛି । ହେଲେ ଶବସକ୍ରାର ବେଳେ କୋଭିଡ ଗାଇଡଲାଇନ ପାଳନ କରାଯିବ । ୨୦ ଜଣରୁ ଅଧିକ ଯିବେନି ଓ ସମସ୍ତେ ମାସ୍କ ପିନ୍ଧିବା ଭଳି ନିୟମ ପାଳନ କରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ପୂର୍ବରୁ କରୋନା ଯୋଗୁଁ ସ୍ୱର୍ଗଦ୍ୱାରରେ ଶବଦାହକୁ ବନ୍ଦ କରାଯାଇଥିଲା । ହେଲେ ଏବେ ଏହି କଟକଣାକୁ ଉଠାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଥିଲେ ଜିଲ୍ଲାପାଳ । ବର୍ତ୍ତମାନ ପୁରୀରେ ସଂକ୍ରମଣ ହାର ଅନ୍ୟ ଜିଲ୍ଲା ତୁଳନାରେ କମ ରହିଛି ।

Comments are closed.