ମହାନଦୀରେ ବନ୍ୟା ପରେ ପାଣିରେ ବୁଡି ରହିଛି ବାଙ୍କି ଭଟ୍ଟାରିକା ମନ୍ଦିର : ଆକାଶ ମାର୍ଗରୁ ଆସିଲା ଜଳବନ୍ଦୀ ମନ୍ଦିରର ଡ୍ରୋନ୍ ଭିଜୁଆଲ୍ ; ମନ୍ଦିର ଭିତରେ ୧୦ ଫୁଟରୁ ଅଧିକ ଉଚ୍ଚରେ ଚାଲୁଛି ପାଣି

152

କନକ ବ୍ୟୁରୋ : ମହାନଦୀରେ ବନ୍ୟା ଆସିବା ପରେ ୨ଦିନ ହେଲାଣି ବୁଡି ଯାଇଛି ବଡମ୍ୱାରେ ମହାନଦୀ କୂଳରେ ଥିବା ମାଆ ଭଟ୍ଟାରିକାଙ୍କ ମନ୍ଦିର । ଏବେ ମନ୍ଦିର ଭିତରେ ୧୦ ଫୁଟରୁ ଅଧିକ ଉଚ୍ଚରେ ଚାଲୁଛି ପାଣି । ମାଆଙ୍କୁ ମନ୍ଦିରରୁ ବାହାର କରି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରା ଯାଇ ରୀତିନୀତିରେ ପୂଜା ଚାଲୁଛି । ଏବେ ଆକାଶ ମାର୍ଗରୁ ଆସିଛି ମା ଭଟ୍ଟାରିକା ମନ୍ଦିରର ଦୃଶ୍ୟ ।

ମନ୍ଦିର ଚାରିପଟେ ୧୦ ଫୁଟରେ ଚାଲୁଛି ବନ୍ୟା ପାଣି । ଏହାରି ଭିତରେ ବୁଡି ରହିଛି ମନ୍ଦିର । ବଡମ୍ୱା ଭଟ୍ଟାରିକା ମନ୍ଦିରରେ ପାଣି ପଶିବା ପରେ ଆଖପାଖ ଅଂଚଳରେ ଶହ ଶହ ହେକ୍ଟର ଚାଷ ଜମିରେ ବି ପାଣି ପଶିଛି । ତଳିଆ ଅଂଚଳ ଲୋକେ ମହାନଦୀ ପାଣିକୁ ନେଇ ବେଶ୍ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।