କନକ ବ୍ୟୁରୋ : ମହାନଦୀରେ ବନ୍ୟା ଆସିବା ପରେ ୨ଦିନ ହେଲାଣି ବୁଡି ଯାଇଛି ବଡମ୍ୱାରେ ମହାନଦୀ କୂଳରେ ଥିବା ମାଆ ଭଟ୍ଟାରିକାଙ୍କ ମନ୍ଦିର । ଏବେ ମନ୍ଦିର ଭିତରେ ୧୦ ଫୁଟରୁ ଅଧିକ ଉଚ୍ଚରେ ଚାଲୁଛି ପାଣି । ମାଆଙ୍କୁ ମନ୍ଦିରରୁ ବାହାର କରି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରା ଯାଇ ରୀତିନୀତିରେ ପୂଜା ଚାଲୁଛି । ଏବେ ଆକାଶ ମାର୍ଗରୁ ଆସିଛି ମା ଭଟ୍ଟାରିକା ମନ୍ଦିରର ଦୃଶ୍ୟ ।/kanak/media/post_attachments/wp-content/uploads/2020/08/vlcsnap-2020-08-29-09h48m36s093-300x167.png)
ମନ୍ଦିର ଚାରିପଟେ ୧୦ ଫୁଟରେ ଚାଲୁଛି ବନ୍ୟା ପାଣି । ଏହାରି ଭିତରେ ବୁଡି ରହିଛି ମନ୍ଦିର । ବଡମ୍ୱା ଭଟ୍ଟାରିକା ମନ୍ଦିରରେ ପାଣି ପଶିବା ପରେ ଆଖପାଖ ଅଂଚଳରେ ଶହ ଶହ ହେକ୍ଟର ଚାଷ ଜମିରେ ବି ପାଣି ପଶିଛି । ତଳିଆ ଅଂଚଳ ଲୋକେ ମହାନଦୀ ପାଣିକୁ ନେଇ ବେଶ୍ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/2-45.jpg)