କନକ ବ୍ୟୁରୋ: ପାଇକ ବିଦ୍ରୋହ ପ୍ରସଙ୍ଗକୁ ନେଇ ବିଧାନସଭାରେ ସଂକଳ୍ପ ପାରିତ । ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସଂକଳ୍ପ ପାରିତ । ସଂକଳ୍ପ ଆଣିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କେନ୍ଦ୍ର ସରକାରଙ୍କ ନିକଟକୁ ଏହି ସଂକଳ୍ପ ପଠାଯିବ । କେନ୍ଦ୍ର ସରକାରଙ୍କ ଆଗ୍ରାହ୍ୟ ପରେ ପୁନର୍ବାର ରାଜ୍ୟ ଆଣିଲା ସଂକଳ୍ପ ।
ପାରିତ ହୋଇଥିବା ସଂକଳ୍ପ ଅନୁସାରେ, ୧୮୧୭ରୁ ୧୮୨୫ ମଧ୍ୟରେ ସଂଗଠିତ ଏହି ପାଇକ ବିଦ୍ରୋହରେ ବହୁ ସମ୍ଭ୍ାନ୍ତ ଜମିଦାର, ଦଳେଇ, ଦଳବେହେରାଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗ ସାମିଲ ହୋଇ ଇଂରେଜ ସରକାରର ସ୍ଥିତିକୁ ଦୋହଲାଇ ଦେଇଥିଲେ । ଏହି ଗଣ ବିପ୍ଲବରେ କେତେ ଯେ ଫାଶୀ, କେତେ ଦ୍ୱିପାନ୍ତର ଆଉ କେତେ ଜଣଙ୍କୁ ସଶ୍ରମ କାରାଦଣ୍ଡ ଦିଆଗଲା ତାର ହିସାବ ନାହିଁ ।
ଆହୁରି ଲେଖାଅଛି ଯେ, ଓଡିଶାର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ଇତିହାସର ସଠିକ ମୂଲ୍ୟାୟନ ନିମନ୍ତେ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ପୂର୍ତ୍ତି ପାଳନ ଅବସରରେ ୨୦୧୭ ମସିହାରେ ରାଜ୍ୟ କ୍ୟାବିନେଟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବାକୁ ଭାରତ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/15-11.jpg)