ପଶ୍ଚିମବଙ୍ଗରେ ବଢୁଛି ଟିଏମସି ବିଧାୟକଙ୍କ ଇସ୍ତଫା ଧାରା । ୨ ଦିନ ଭିତରେ ଦଳରୁ ୩ ବିଧୟକଙ୍କ ଇସ୍ତଫା । ଶୁଭେନ୍ଦୁ, ଜୀତେନ୍ଦ୍ରଙ୍କ ପରେ ଶିଳଭଦ୍ର ଛାଡିଲେ ଦଳ

134

କନକ ବ୍ୟୁରୋ : ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଆଉ ଏହି ନିର୍ବାଚନ ଆଗରୁ ଜଣକ ପରେ ଜଣେ ବିଧାୟକ ତୃଣମୂଳ କଂଗ୍ରେସ ଛାଡିବା ମମତାଙ୍କ ଚିନ୍ତା ବଢାବ ନିଶ୍ଚୟ । ଏହି ଇସ୍ତଫା ଧାରା ସ୍ପଷ୍ଟ କରୁଛି ଟିଏମସି କ୍ୟାମ୍ପରେ ସବୁକିଛି ଠିକ୍ ଚାଲିନାହିଁ ।

ଡିସେମ୍ୱର ୧୬ ତାରିଖ । ଇସ୍ତଫା ଦେଇଥିଲେ ବିଧାୟକ ଶୁଭେନ୍ଦୁ ଅଧିକାରୀ । ଏହି ଠାରୁ ଆରମ୍ଭ ହୋଇଥିଲା ଟିଏମସିରୁ ବିଧାୟକଙ୍କ ଇସ୍ତଫା ଧାରା । ୪୮ ଘଂଟା ଭିତରେ ଦଳ ଛାଡିଲେଣି ଆଉ ୨ ବିଧାୟକ । ଟିଏମସିରୁ ଇସ୍ତଫା ଦେଲେ ବାରାକପୁର ବିଧାୟକ ଶୀଳଭଦ୍ର ଦତ । ଟିଏମସିରୁ ଇସ୍ତଫା ଦେଲେ ପାଣ୍ଡବେଶ୍ୱର ବିଧାୟକ ଜିତେନ୍ଦ୍ର ତିୱାରୀ ।

ଗତ କିଛି ଦିନ ଧରି ଟିଏମସିରେ ନେତାମାନେ ମୋର୍ଚ୍ଚା ଖୋଲି ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣା ପରଠାରୁ ଦଳ ଭିତରୁ ହଠାତ୍ ସାମ୍ନାକୁ ଆସିଛି ଅସନ୍ତୋଷ । ଆଉ ଏହାରି ଭିତରେ ବଢିବାରେ ଲାଗିଛି ଟିଏମସିରୁ ବିଧାୟକଙ୍କ ଇସ୍ତଫା ଧାରା । ୩ ବିଧାୟକଙ୍କ ଇସ୍ତଫା ସହିତ ଟିଏମସିର ସଂଖ୍ୟାଲଘୁ ସେଲ୍ ମହାସଚିବ କବିରୁଲ ଇସଲାମ୍ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେହିପରି ଦଳରୁ ଇସ୍ତଫା ନେଇ ଇସାରା କରିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ୟାମା ପ୍ରସାଦ ମୁଖାର୍ଜୀ ।

ଶୁଭେନ୍ଦୁ ଅଧିକାରୀ ଦଳ ଛାଡିବା ପରେ ପରେ ମମତା କିଛି ଏପରି ଭାବେ କହିଥିଲେ ତୃଣମୂଳ କଂଗ୍ରେସ ଏବେ ବଟବୃକ୍ଷ । ଜଣେ ଦୁଇ ଜଣ ଚାଲିଗଲେ ଦଳକୁ ଫରକ ପଡିବନି । ଏବେ ଏହି ଅସନ୍ତୁଷ୍ଟଙ୍କୁ ମନାଇ ଦଳକୁ ସଜାଡିବା ମମତାଙ୍କ ପାଇଁ ହେବ ଚ୍ୟାଲେଂଜ । ଶନିବାର ଅମିତ ଶାହାଙ୍କ ବେଙ୍ଗଲ ଗସ୍ତ । ଏହା ଆଗରୁ ଟିଏମସି ବିଧାୟକ ଇସ୍ତଫା ପରେ , ଏହି ଦଳ ଛାଡୁଥିବା ନେତାଏଁ ଆଗକୁ ବିଜେପିରେ ସାମିଲ ହେବା ନେଇ ଚର୍ଚା ବି ଜୋର ଧରିଛି ।