କନକ ବ୍ୟୁରୋ: ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା । କାଉନସିଲରଙ୍କ ପାଇଁ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ତେବେ ମୋଟ ୧୭୫୬ ୱାର୍ଡରୁ ୬୬୮ଟି ୱାର୍ଡ ଅଣସଂରକ୍ଷିତ ରହିଛି । ଅନ୍ୟପଟେ ୬୧୩ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହାସହ ଏସସିଙ୍କ ପାଇଁ ୧୨୨ଟି ଓ ଏସସି ମହିଳାଙ୍କ ପାଇଁ ୧୭୧ଟି ୱାର୍ଡ ରହିଛି । ତତସହିତ ଏସଟିଙ୍କ ପାଇଁ ୪୯ଟି, ଏସଟି ମହିଳାଙ୍କ ପାଇଁ ୧୩୩ଟି ୱାର୍ଡ ସଂରକ୍ଷିତ ରହିଛି ।
ଅନ୍ୟପଟେ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀଙ୍କ ସୂଚନା ମୁତାବକ, ଫେବ୍ରୁଆରୀ ୧୦ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଏହାପରେ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଦାଖଲ ହୋଇପାରିବ । ଏହାପରେ ଫେବ୍ରୁଆରୀ ୧୮ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଦାବି ଓ ଆପତ୍ତି ଗୁଡିକର ତଦନ୍ତ ଓ ଫଇସଲା ହେବ । ଏହାପରେ ଫେବ୍ରୁଆରୀ ୨୪ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ଏବଂ ୨୮ ତାରିଖ ସୁଦ୍ଧା ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/27-1.jpg)
/kanak/media/post_attachments/wp-content/uploads/2022/02/1-2.jpg)
/kanak/media/post_attachments/wp-content/uploads/2022/02/2-1.jpg)
/kanak/media/post_attachments/wp-content/uploads/2022/02/3-4.jpg)
/kanak/media/post_attachments/wp-content/uploads/2022/02/4-3.jpg)