କନକ ବ୍ୟୁରୋ : ବନ୍ୟା ଛାଡିଛି ହେଲେ ଆଣିଛି ଦୁଃଖ । କଣାସ ବ୍ଲକରେ ବନ୍ୟା ପରବର୍ତୀ ସ୍ଥିତି ଚାଷୀଙ୍କ ଦୁଃଖ ବଢାଇଦେଇଛି । ବ୍ଲକର ଦୟା ଓ ମକରା ନଦୀର ମଝିରେ ଥିବା ଗୋପୀନାଥପୁର ଓ କାଦୁଆ ପଂଚାୟତର ଅନେକ ଚାଷୀ ଏବେ ଚିନ୍ତାରେ ଅଛନ୍ତି । ଧାନ ବିଲରେ ପାଣି ଜମା ହୋଇ ଚାଷୀଙ୍କ ଦୁଃଖ ବଢାଇଦେଇଛି । ବିଲରେ ଚାଲୁଛି ଡଙ୍ଗା । ଚିଲିକା ନିକଟବର୍ତୀ ଏହି ଅଂଚଳ କୁତ୍ରିମ ଚିଲିକାର ଭ୍ରମ ସୃଷ୍ଟି କରିଛି ।
ବନ୍ୟା ଛାଡିଛି ଦୁଃଖ ବଢିଛି : ପୁରୀର କଣାସ ବ୍ଲକରେ ଧାନ ବିଲରେ ଚାଲୁଛି ଡଙ୍ଗା; ହଜାର ହଜାର ହେକ୍ଟର ଜମିରେ ଧାନଫସଲ ନଷ୍ଟ, ଚିନ୍ତାରେ ଚାଷୀ
/kanak/media/post_attachments/wp-content/uploads/2020/09/3-12.jpg)