କନକ ବ୍ୟୁରୋ: ୬ଦିନ ହେଲାଣି । ଉତ୍ତରାକାଣୀ ଟନେଲରେ ଜୀବନ୦-ମରଣ ସହ ସଂର୍ଘଷ କରୁଛନ୍ତି ୪୦ ଶ୍ରମିକ । ତେବେ ସମସ୍ତ ଶ୍ରମିକ ସୁସ୍ଥ ଥିବା ଉତରକାଶୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପଟେ ଯଦି ଉଦ୍ଧାରକାର୍ଯଷର ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ମାନସିକ ଅସ୍ଥିରତା ଦେଖାଯାଇପାରେ । ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଭାରତ ସମେତ ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । ସୁରକ୍ଷିତ ଉଦ୍ଧାର ପାଇଁ ଆଉ କେତେ ସମୟ ଲାଗିବ ଆଜି ସ୍ପଷ୍ଟ ହୋଇଯିବ ବୋଲି କନକ ନ୍ୟୁଜ୍କୁ ସୂଚନା ଦେଇ କହିଛନ୍ତି ଉତରକାଶୀ ଜିଲ୍ଲାପାଳ ।

ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ମୁଖ୍ୟ ଅତୁଲ କରୱାଲଙ୍କ ସହ ଏଥିପାଇଁ ଏକ ବିଶେଷ ଆଲୋଚନା କରାଯାଇଥିଲା । କରୱାଲ କହିଛନ୍ତି ଯେ ୧୨ ରୁ ୧୫ ଘଂଟା ମଧ୍ୟରେ ଶ୍ରମିକମାନଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇପାରିବ ବୋଲି ଆଶା କରାଯାଉଛି । ଅଧିକାରୀମାନେ ପଥରରେ ୮୦ ମିଲିମିଟରର ଗାତ ଖୋଳିବାକୁ ଯୋଜନା କରୁଛନ୍ତି । ଯାହା ୩ ଫୁଟରୁ କମ୍ ରହିବ । ଶ୍ରମିକମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଉଛି ।

ଉଦ୍ଧାରକାରୀ ଦଳ ଶ୍ରମିକମାନଙ୍କ ସହ ନିୟମିତ ଯୋଗାଯୋଗ ରଖୁଛନ୍ତି, ଯାହାଦ୍ୱାରା ସେମାନଙ୍କ ଉତ୍ସାହ ଅତୁଟ ରହିବ । ୨୦୧୮ରେ ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିବା ଶିଶୁମାନଙ୍କୁ ସଫଳତାର ସହ ଉଦ୍ଧାର କରିଥିବା ଥାଇଲାଣ୍ଡ ଓ ନରୱେର ବିଶେଷଜ୍ଞ ଟିମ୍ ଏବେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଛନ୍ତି । ଶ୍ରମିକମାନେ ଟନେଲରୁ ପାଇପ ଯୋଗେ ବାହାରିବେ ବୋଲି ଜଣାପଡିଛି