କନକ ବ୍ୟୁରୋ : ସରିଲା ପାଠକ ବାପପୁଅଙ୍କ ରିମାଣ୍ଡ ଅବଧି । ଉଭୟ ବାପ ପୁଅଙ୍କୁ କୋର୍ଟରେ ହାଜର କରାଯାଇଛି । ୩ ଦିନଆ ରିମାଣ୍ଡରେ ନେଇ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଘନଘନ ଜେରା କରିଥିଲା ଭିଜିଲାନ୍ସ ଏସଆଇଟି । ଉଭୟ ବାପ, ପୁଅଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଛି ।
ଆର୍ଥିକ କାରବାର ଓ ଠକେଇ ନେଇ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା କରାଯାଇଥିଲା । ଗତକାଲି ଜେରା ବେଳେ ଆକାଶ ଟାଟା ମୋଟର୍ସରେ ଚାକିରି କରିନଥିବା ନେଇ ସ୍ୱୀକାର କରିଥିଲେ । ତେବେ ଆକାଉଂଟକୁ କୋଟି କୋଟି ଟଙ୍କା ଆସିବା ନେଇ ସେ ନିଜର ମତ ବଦଳାଉଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/18-3.jpg)