କନକ ବ୍ୟୁରୋ: ପୋଲ ଭାଙ୍ଗିଯାଇଥିବାରୁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ । ରୋଗୀଙ୍କୁ ବୋହି ସମ୍ପର୍କୀୟ ଦୌଡିଲେ ଦେଢ କିଲୋମିଟର । ଉଦଳାର ଜଇଦା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଉଦଳା-ବାଲେଶ୍ୱର ରାସ୍ତାର କଇଁସାରୀ ଜାମୁଘାଟ ପୋଲ ବର୍ଷା ଯୋଗୁଁ ଭାଙ୍ଗିଯାଇଛି । ଦୁଇବର୍ଷ ହେଲା ପୋଲ ଏଭଳି ଅବସ୍ଥାରେ ଅଛି । ବାରମ୍ବାର ଦାବି ସତ୍ୱେ ଏଥିପ୍ରତି କେହି ଦୃଷ୍ଟିଦେଉନାହାନ୍ତି । ଗତକାଲି ଜଇଦା ଗାଁରେ ଜଣେ ମହିଳାଙ୍କ ଶରୀର ଅସୁସ୍ଥ ହୋଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସଙ୍କୁ ଫୋନ କରାଯାଇଥିଲା । ହେଲେ ଆମ୍ବୁଲାନ୍ସ ଆସି ପୋଲ ଅତିକ୍ରମ କରିପାରିନଥିଲା । ପୋଲ ପାଖରେ ଆମ୍ବୁଲାନ୍ସ ଛିଡା ହୋଇଥିବାରୁ ପାଖାପାଖି ଦେଢ କିଲୋମିଟର ରୋଗୀକୁ ଧରି ଆସିଥିଲେ ସମ୍ପର୍କୀୟ । ପରେ ରୋଗୀଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୋଲ ଭାଙ୍ଗିଯାଇଥିବାରୁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ । ରୋଗୀଙ୍କୁ ବୋହି ସମ୍ପର୍କୀୟ ଦୌଡିଲେ ଦେଢ କିଲୋମିଟର ।
/kanak/media/post_attachments/wp-content/uploads/2023/12/Screen-Shot-2023-12-13-at-7.52.46-AM.jpg)