ରାଜଧାନୀରେ ଦମ୍ଫତ୍ତି ଲୁଟେରାଙ୍କ ରାଜ୍ । ଦୋକାନ କ୍ୟାସ କାଉଁଣ୍ଟରରୁ ଲୁଟ ଉଦ୍ୟମ । ସାମ୍ନାକୁ ଆସିଲା ସିସିଟିଭି ଭିଡିଓର ଫୁଟେଜ ।

Advertisment
ରାଜଧାନୀରେ ଦମ୍ଫତ୍ତି ଲୁଟେରାଙ୍କ ରାଜ୍ । ଦୋକାନ କ୍ୟାସ କାଉଁଣ୍ଟରରୁ ଲୁଟ ଉଦ୍ୟମ । ସାମ୍ନାକୁ ଆସିଲା ସିସିଟିଭି ଭିଡିଓର ଫୁଟେଜ ।

କନକବ୍ୟୁରୋ :ଭୁବନେଶ୍ୱରରେ ମାତିଛନ୍ତି ଦମ୍ପତ୍ତି ଲୁଟେରା । ଗତକାଲି ଏକ ଦୋକାନରୁ ସ୍ୱାମୀ,ସ୍ତ୍ରୀ ଚୋରି କରୁଥିବାର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଆଜି ଆଉ ଜଣେ ଲୁଟେରା ଦମ୍ପତିଙ୍କ ସିସିଟିଭି ଭିଡିଓ ଆସିଛି । ବଂଟି ବବଲୀ ଷ୍ଟାଇଲରେ ରାଜଧାନୀର ଲୁଇସ ରୋଡ ଅଂଚଳର ଏକ ଦୋକାନରୁ ୧୦ ହଜାର ୯୦୦ ଟଙ୍କା ଲୁଟି ନେଇଛନ୍ତି ।

ଏହାପରେ ଅନ୍ୟ ଏକ ଦୋକାନର କ୍ୟାସ କାଉଁଟରରୁ ଲୁଟିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ଲୁଟେରା ଦମ୍ପତି । ସେହିପରି ସେମାନେ ଏକ ସାଇକେଲ ମାର୍ଟର କ୍ୟାସ କାଉଁଟରରୁ ଲୁଟ କରିଛନ୍ତି । ଦିନକରେ ତିନିଟି ଲୁଟ ଉଦ୍ୟମ କରିଥିବା ବେଳେ ଦୁଇଟିରେ ସଫଳ ହୋଇଛନ୍ତି । ଲୁଟର ସିସିଟିଭି ଭିଡିଓ ସାମ୍ନାକୁ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ହାତରେ ଧରାପଡିନାହାଁନ୍ତି ଲୁଟେରା ଦମ୍ପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe