କନକବ୍ୟୁରୋ :ଭୁବନେଶ୍ୱରରେ ମାତିଛନ୍ତି ଦମ୍ପତ୍ତି ଲୁଟେରା । ଗତକାଲି ଏକ ଦୋକାନରୁ ସ୍ୱାମୀ,ସ୍ତ୍ରୀ ଚୋରି କରୁଥିବାର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଆଜି ଆଉ ଜଣେ ଲୁଟେରା ଦମ୍ପତିଙ୍କ ସିସିଟିଭି ଭିଡିଓ ଆସିଛି । ବଂଟି ବବଲୀ ଷ୍ଟାଇଲରେ ରାଜଧାନୀର ଲୁଇସ ରୋଡ ଅଂଚଳର ଏକ ଦୋକାନରୁ ୧୦ ହଜାର ୯୦୦ ଟଙ୍କା ଲୁଟି ନେଇଛନ୍ତି ।
ଏହାପରେ ଅନ୍ୟ ଏକ ଦୋକାନର କ୍ୟାସ କାଉଁଟରରୁ ଲୁଟିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ଲୁଟେରା ଦମ୍ପତି । ସେହିପରି ସେମାନେ ଏକ ସାଇକେଲ ମାର୍ଟର କ୍ୟାସ କାଉଁଟରରୁ ଲୁଟ କରିଛନ୍ତି । ଦିନକରେ ତିନିଟି ଲୁଟ ଉଦ୍ୟମ କରିଥିବା ବେଳେ ଦୁଇଟିରେ ସଫଳ ହୋଇଛନ୍ତି । ଲୁଟର ସିସିଟିଭି ଭିଡିଓ ସାମ୍ନାକୁ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ହାତରେ ଧରାପଡିନାହାଁନ୍ତି ଲୁଟେରା ଦମ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/bbsr-lutera-pic.jpg)