ଥଇଥାନ କେନ୍ଦ୍ର ପାଲଟିଛି ଶ୍ରୀମନ୍ଦିର କାର୍ଯ୍ୟାଳୟ। ନୂଆ ନିଯୁକ୍ତି ନଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ କରାଯାଉଛି ପୁନଃନିଯୁକ୍ତ

ଥଇଥାନ କେନ୍ଦ୍ର ପାଲଟିଛି ଶ୍ରୀମନ୍ଦିର କାର୍ଯ୍ୟାଳୟ। ନୂଆ ନିଯୁକ୍ତି ନଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ କରାଯାଉଛି ପୁନଃନିଯୁକ୍ତ

କନକ ବ୍ୟୁରୋ: ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ୱର ଅନନ୍ୟ ସହର ଭାବେ ଗଢିବାକୁ ସ୍ୱପ୍ନ ଦେଖୁଛନ୍ତି । ଶ୍ରୀମନ୍ଦିରର ବିକାଶର ନକ୍ସା ଅଙ୍କାଯାଉଛି । ହେଲେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବ୍ୟବସ୍ଥା ବଡ ସମସ୍ୟା ସୃଷ୍ଟି କରିଛି ।

କାର୍ଯ୍ୟାଳୟର ଅଧିକାଂଶ ପଦବୀ ଖାଲିପଡିଛି । ହେଲେ ନୂଆ ନିଯୁକ୍ତି କରାଯାଉନାହିଁ । ଓଲଟା ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉଥିବା ସୂଚନା ମିଳିଛି । ମନ୍ଦିର କାର୍ଯ୍ୟାଳୟରେ ଅଧିକାରୀ, କିରାଣୀ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୪ଶହ ପଦବୀ ଖାଲି ପଡିଛି । ଆଉ ସେଥିମଧ୍ୟରୁ ବର୍ଷ ବର୍ଷ ଧରି ୨ଶହ ପଦବୀ ଖାଲି ପଡିଥିବା ସୂଚନା ମିଳିଛି । ଏବେ ୪୦ରୁ ଅଧିକ ପଦବୀରେ ଅବସରପ୍ରାପ୍ତ କର୍ମଚାରୀ କାମ କରୁଛନ୍ତି । ଯାହାକୁ ନେଇ ସେବାୟତ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe