କନକ ବ୍ୟୁରୋ: ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ୱର ଅନନ୍ୟ ସହର ଭାବେ ଗଢିବାକୁ ସ୍ୱପ୍ନ ଦେଖୁଛନ୍ତି । ଶ୍ରୀମନ୍ଦିରର ବିକାଶର ନକ୍ସା ଅଙ୍କାଯାଉଛି । ହେଲେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବ୍ୟବସ୍ଥା ବଡ ସମସ୍ୟା ସୃଷ୍ଟି କରିଛି ।
କାର୍ଯ୍ୟାଳୟର ଅଧିକାଂଶ ପଦବୀ ଖାଲିପଡିଛି । ହେଲେ ନୂଆ ନିଯୁକ୍ତି କରାଯାଉନାହିଁ । ଓଲଟା ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉଥିବା ସୂଚନା ମିଳିଛି । ମନ୍ଦିର କାର୍ଯ୍ୟାଳୟରେ ଅଧିକାରୀ, କିରାଣୀ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୪ଶହ ପଦବୀ ଖାଲି ପଡିଛି । ଆଉ ସେଥିମଧ୍ୟରୁ ବର୍ଷ ବର୍ଷ ଧରି ୨ଶହ ପଦବୀ ଖାଲି ପଡିଥିବା ସୂଚନା ମିଳିଛି । ଏବେ ୪୦ରୁ ଅଧିକ ପଦବୀରେ ଅବସରପ୍ରାପ୍ତ କର୍ମଚାରୀ କାମ କରୁଛନ୍ତି । ଯାହାକୁ ନେଇ ସେବାୟତ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/7-13.jpg)