ରାଜଧାନୀରେ କାହିଁକି ବଢ଼ିଲା ମଶାଙ୍କ ଉତ୍ପାତ, ଜଣାପଡ଼ିଲା କାରଣ। କରୋନା ଦୁଇ ବର୍ଷ ବନ୍ଦ ଥିଲା ମଶା ମରା ଅଭିଯାନ।

ରାଜଧାନୀରେ କାହିଁକି ବଢ଼ିଲା ମଶାଙ୍କ ଉତ୍ପାତ, ଜଣାପଡ଼ିଲା କାରଣ। କରୋନା ଦୁଇ ବର୍ଷ ବନ୍ଦ ଥିଲା ମଶା ମରା ଅଭିଯାନ।

କନକ ବ୍ୟୁରୋ: ଭୁବନେଶ୍ୱରର ସବୁ ଅଂଚଳରେ ମଶା ଲୋକଙ୍କୁ କଲବଲ କରୁଥିବାବେଳେ ବିଏମସି ଡ୍ରୋନ ସହାୟତାରେ ଆରମ୍ଭ କରିଛି ମଶାମରା ଅଭିଯାନ । ପ୍ରଥମ ଡ୍ରୋନ ସହାୟତାରେ ଫଟୋ ଉଠାଇ ମଶାର ଉତ୍ପତି ସ୍ଥଳକୁ ଚିହ୍ନଟ କରିବା ପରେ ଆଉ ଏକ ଡ୍ରୋନ୍ ସହାୟତାରେ ମଶା ନିପାତ ପାଇଁ ଔଷଧ ସିଂଚନ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ନୀଳାଦ୍ରି ବିହାର ଅଂଚଳରେ ଏହାକୁ ଆରମ୍ଭ କରାଯାଇଛି । ପର୍ଯ୍ୟାୟକ୍ରମେ ଏହା ଅନ୍ୟ ଅଂଚଳକୁ ସମ୍ପ୍ରସାରିତ କରାଯିବ । ଦୀର୍ଘ ୨ ବର୍ଷର ଅବହେଳା ଯୋଗୁଁ ରାଜଧାନୀବାସୀ ଆଜି ମଶା ପାଇଁ କଲବଲ ହେଉଛନ୍ତିା କୁହାଯାଉଛି

-କୋଭିଡ ସମୟରେ ବିଏମସିର ମଶାମରା ଅଭିଯାନ ବନ୍ଦ ଥିଲା
-ନାଳନର୍ଦ୍ଦମାରେ ମଶାମରା ତେଲ ପକାଯାଇନଥିଲା
-ଡ୍ରେନ ସଫା ହୋଇନଥିଲା, ଘାସବୁଦା କଟା ଯାଇନଥିଲା
-ସାନିଟାଇଜର ଛିଞ୍ଚିବା ପାଇଁ ସବୁ ସ୍ପ୍ରୋୟାର ବ୍ୟବହାର ହୋଇଥିଲା
-ପରେ ଏହି ସ୍ପ୍ରୋୟାର ଖରାପ ହୋଇଯାଇଥିଲା

ଆଉ ଏବେ ମଶା ବଢିବା ପରେ ବିଏମସି ଡ୍ରୋନ ସହାୟତାରେ ମଶା ନିପାତ ଅଭିଯାନ ଆରମ୍ଭ କରିଛି । କିନ୍ତୁ ଏହା କେତେଦୂର ସଫଳ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅପରିଷ୍କାର ପରିବେଶ, କୁଢ କୁଢ ଆବର୍ଜନା ଗଦାହେବା ଓ ଖରାପ ପାଣି ଜମିବା ଏଭଳି ସନ୍ଦେହକୁ ଘନୀଭୂତ କରିଛି ।

ପ୍ରଥମ ପର୍ଯ୍ୟାୟରେ ଅପହଞ୍ଚ ଇଲାକାରେ ଲାର୍ଭା ଉତ୍ସ ଚିହ୍ନଟ କରିବ ଡ୍ରୋନ । କିନ୍ତୁ କି ପ୍ରକାର ଉତ୍ସ ଚିହ୍ନଟ ହେଲା ତାହା କେହି କହିପାରୁନାହାନ୍ତି । ରାଜଧାନୀରେ ମଶାଙ୍କ ସାନ୍ଦ୍ରତା ବଢିଯାଇଥିବାରୁ ଡ୍ରୋନ ଯୋଜନା କେତେଦୂର ସଫଳ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe