ଦୁନିଆରେ ଏବେ ବି ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି ଯାହାର ଖୁଲାସା ହେବା ଏବେ ବି ବାକି ରହିଛି । ଏଭଳି ରହସ୍ୟମୟ ସ୍ଥାନ ଗୁଡିକରେ ଏପରି ଘଟଣାମାନ ଘଟିଛି ଯାହା ଲୋକମାନଙ୍କୁ ଚମକାଇ ଦେଇଛି । ବର୍ତମାନ ଆମେ ଯେଉଁ ରହସ୍ୟମୟ ସ୍ଥାନ କଥା କହୁଛୁ ତାହା ଆମେରିକାର ଦକ୍ଷିଣପୂର୍ବ ତଟରେ ଅବସ୍ଥିତ ବରମୁଡା ଟ୍ରାଏଁଗଲ ବିଷୟରେ ।
Advertisment
publive-imageକୁହାଯାଉଛି କି, ବରମୁଡା ଟ୍ରାଏଁଗଲ ଦେଇ ଯଦି କୌଣସି ଯାହାଜ କିମ୍ବା ବୋଟ ଯାଏ ତାହା ଫେରି ପାରେ ନାହିଁ । ବରମୁଡା ଟ୍ରାଏଁଗଲ ସମୁଦ୍ର ମଧ୍ୟକୁ ସବୁକିଛି ଟାଣି ନେଇଥାଏ । ଆଜି ଯାଏ ଅନେକ ଯାହାଜ ଏହି ବରମୁଡା ଟ୍ରାଏଁଗଲରେ ଗାୟବ ହୋଇ ଯାଇଛି । ଯାହାର ଆଜି ଯାଏ କୌଣସି ପତା ମିଳିପାରି ନାହିଁ । ଆଉ ଏଥିପାଇଁ ବିଶେଷଜ୍ଞମାନେ ଗୋଟିଏ ଜିନିଷକୁ ଦାୟୀ କରୁଛନ୍ତି । ଯାହାର କଥା ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
publive-imageତେବେ ଆମେରିକାର ଦକ୍ଷିଣପୂର୍ବ ତଟରେ ଅବସ୍ଥିତ ରହସ୍ୟମୟ ସ୍ଥାନରେ ବୋଟ ଏବଂ ଉଡାଯାହାଜ ଉଭାନ ହୋଇଯାଉଥିବା ଘଟଣା ସମ୍ନାକୁ ଆସିବା ପରେ ଲୋକେ ପ୍ରଥମେ ଲୁଟେରାଙ୍କ ଏପରି କାର୍ଯ୍ୟ ଥିବା ସନ୍ଦେହ କରିଥିଲେ କିନ୍ତୁ ପରେ ଏହା କୌଣସି ଲୁଟେରାଙ୍କ କାର୍ଯ୍ୟ ନୁହେଁ ବୋଲି ଜଣା ପଡିଥିଲେ । ଡାକୁ ଏପରି କାମ କରୁନଥିବା ଜାଣିବା ପରେ ଲୋକେ ସାମୁଦ୍ରିକ ଝଡ ଦ୍ୱାରା ଏପରି ହେଉଥିବା ସନ୍ଦେହ କରାଯାଉଛି । କେବଳ ସେତିକି ନୁହେଁ ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏଠାରେ ମିଥେନ ଗ୍ୟାସ ପାଇଁ ଏପରି ଦୁର୍ଘଣା ଘଟୁଛି । ଆଉ କେହି କେହି ତ ୟୁଏଫଓ ଏବଂ ଏଲିଏନଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ପ୍ରକୃତ କଥା ହେଲା ଏହି ରହସ୍ୟମୟ ସ୍ଥାନରେ ଦିଗ ସୂଚକ ଯନ୍ତ୍ର କାମ କରିନଥାଏ ଯାହା ଫଳରେ ଯାହଜକୁ ଦିଗ ଜଣା ପଡିନଥାଏ ଯାହା ଦ୍ୱାରା ଯାହାଜ ଗୁଡିକ ଦୁର୍ଘଟଣା ଗ୍ରସ୍ତ ହୋଇଥାଏ । କିନ୍ତୁ ବାସ୍ତବରେ ଏଠାରେ କାହିଁକି ଏପରି ଦୁର୍ଘଟଣା ଘଟୁଛି ତାହା ଆଜି ଯାଏ ସ୍ପଷ୍ଟ ହୋଇପାରି ନାହିଁ ।